ମିରଟ,୨୫।୫: ଉତ୍ତରପ୍ରଦେଶର ମିରଟ ସହରର ଜଟପୁରା ଗଁ।ରେ ଶନିବାର ସକାଳେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଉକ୍ତ ଗଁ। ନିକଟରେ କାରଟି ଭାରସାମ୍ୟ ହରାଇ ଏକ ନାଳରେ ପଶିଯାଇଥିଲା। ଏହି ଦୁର୍ଘଟଣାରେ ୨ଶିଶୁ ସମେତ ୫ଜଣଙ୍କ ମୃତ୍ୟୁ ହୋଇଛି। କାରରେ ୧୦ଜଣ ଥିବା ବେଳେ ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୫ ଜଣ ରହିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଉକ୍ତ ପରିବାର ଲୋକେ ଗୁରୁଗ୍ରାମରୁ ହରିଦ୍ୱାର ଯାଉଥିବା ବେଳେ ହଠାତ୍ କାରର ଚକା ଫାଟି ଯାଇଥିଲା। କାରଟି ତୀବ୍ର ବେଗରେ ଥିବାରୁ ଭାରସାମ୍ୟ ହରାଇ ନାଳ ଭିତରକୁ ପଶିଯାଇଥିଲା। ଏହି ଘଟଣା ପରେ ସ୍ଥାନୀୟ ଲୋକେ କାରରୁ ଅନ୍ୟ ଲୋକଙ୍କୁ ଉଦ୍ଧାର କରିଛନ୍ତି। ସେମାନେ ସୁରକ୍ଷିତ ଥିବା ସୂଚନା ମିଳିଛି।