ନାଳରେ ପଡିଥିଲା ନବଜାତ ଶିଶୁକନ୍ୟା, କୋଳେଇ ନେଲେ ପୋଲିସ

ଲକ୍ଷ୍ନୌ,୨୫।୮:ପୁଣି ଅଲୋଡା ହେଲା ଶିଶୁକନ୍ୟା। ଉତ୍ତରପ୍ରଦେଶର ବୁଦାଉ ଜିଲାରେ ଥିବା ଏକ ନାଳରୁ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରିଛନ୍ତି ଜଣେ ପୋଲିସ କର୍ମଚାରୀ। ତୁରନ୍ତ ଶିଶୁଟିକୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ସେ ସମ୍ପୂର୍ଣ୍ଣ ବିପଦମୁକ୍ତ ବୋଲି ଡାକ୍ତରମାନେ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ନାଳରେ ନବଜାତ ଶିଶୁକନ୍ୟା ପଡିଥିବାର ଖବର ପାଇବା ପରେ ପୋଲିସ କର୍ମଚାରୀ ରୁଷି ପାଲ୍‌ ତୁରନ୍ତ ସେଠାକୁ ଯାଇ ଉଦ୍ଧାର କରିଥିଲେ। କାଦୁଅ ଏବଂ କଣ୍ଟାବାଡ ଯାଗାରୁ ଶିଶୁଟିକୁ ଉଦ୍ଧାର କରିବା ତାଙ୍କ ପକ୍ଷେ ସେତେଟା ସହଜ ନ ଥିଲା। କିନ୍ତୁ ପୋଲିସ୍‌ କର୍ମଚାରୀ ଜଣଙ୍କ ଏହାକୁ ଭ୍ରୁକ୍ଷେପ ନ କରି ତୁରନ୍ତ ଶିଶୁକନ୍ୟାଟିକୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ। ସୋସିଆଲେ ମିଡିଆରେ ରୁଷିଙ୍କ ଏଭଳି କାର୍ଯ୍ୟ ଭାଇରାଲ ହେବା ପରେ ତାଙ୍କୁ ଚାରିଆଡୁ ପ୍ରଶଂସା କରାଯାଇଛି।

Share