ନାଳରେ ପ୍ରବାହିତହେଉଛି ବର୍ଷା ଜଳ, ୩ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ

ମୁନିଗୁଡ଼ା,୧୩ା୮(ଡ଼ି.ଏନ.ଏ)-ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ ଇଚ୍ଛାପୁର ପଞ୍ଚାୟତ କୁଟୁଣିପଦର ଗ୍ରାମ ନିକଟରେ ଥିବା ନାଳରେ ବର୍ଷା ଜଳ ପ୍ରବାହିତ ହେଉଛି । ଗାଁକୁ ସଂଯୋଗ କରୁଥିବା ବ୍ରିଜଟି ଭାଙ୍ଗିଯାଇଛି । ଫଳରେ ଗିରିଲିଗୁଡା,ଲୋହରାପଦର ଓ କୁଟୁଣୀପଦର ୩ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ସ୍ଥାନୀୟ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗତ ୬ ତାରିଖରୁ ପୋଲ ଭାଙ୍ଗିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ତାହା ମରାମତି ହୋଇପାରିନାହିଁ। ସୋମବାରଠାରୁ ପୁଣି ଲଗାଣ ବର୍ଷା ଜାରି ରହିଛି । ଉକ୍ତ ନାଳରେ ପୁଣି ପାଣି ବଢିବାରୁ ଗ୍ରାମବାସୀ ଅସୁବିଧା ଭୋଗୁଛନ୍ତି । ନାଳରେ ପାଣି କମିଲେ ତାହା ମରାମତି କରାଯିବ ବୋଲି ମୁନିଗୁଡା ବିଡ଼ିଓ ଦିଲ୍ଲୀପ କୁମାର ବେହେରା ପ୍ରକାଶ କରିଛନ୍ତି।