ନାଳରେ ବୁଢ଼ି ଛାତ୍ର ମୃତ

ଧାରକୋଟ,୩।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଧାରକୋଟ ଥାନା ଅନ୍ତର୍ଗତ ଶରଧାପୁର ହାଇସ୍କୁଲସ୍ଥିତ କେଞ୍ଚୁଆ ନାଳଡିଆଁ ଶଙ୍ଖଠାରେ ଥିବା ନାଳରେ ଭାସିଯାଇ ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେ ହେଲେ କୁଶରାବ ଗ୍ରାମର ବୁଧିରାମ ଗୌଡଙ୍କ ପୁଅ ଜିତେନ୍ଦ୍ର (୧୪)।
ସୂଚନାଯୋଗ୍ୟ, ଜିତେନ୍ଦ୍ର ସକାଳୁ ବ୍ୟାୟାମ କରିବା ଲାଗି ଘରୁ ବାହାରିଯାଇ ଶୌଚହେବାକୁ ନାଳ ନିକଟକୁ ଯାଇ ଭାସି ଯାଇ ଏକ ମାଛଧରା ଜାଲରେ ଲାଗିଥିବା ଦେଖି ଥାନାରେ ଜଣାଯାଇଥିଲା। ଖବର ପାଇ ଥାନା ଅଧିକାରୀ ସନ୍ତୋଷ କୁମାର ବେହେରା ଘଟଣସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଆସିକା ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି। ଏ ନେଇ ଥାନାରେ କେସ୍‌ ନଂ. ୭/୧୯ରେ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।