ନାସାର ଚନ୍ଦ୍ର ମିଶନ ଆର୍ଟିମିସ୍‌: ପ୍ରଥମେ ଯିବେ ମହିଳା; ଖର୍ଚ୍ଚ ହେବ ୩୦ ଶହ କୋଟି ଡଲାର

ଓ୍ବାଶିଂଟନ,୨୨।୭: ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ଏହାର ଚନ୍ଦ୍ର ମିଶନ ଆର୍ଟିମିସ୍‌ ସମ୍ପର୍କରେ ଘୋଷଣା କରାଯାଇଛି। ୨୦୨୪ରେ ଏହି ମିଶନ ହେବାର ସମ୍ଭାବନା ରହିଛି। ଏଥିରେ ମହିଳାଙ୍କୁ ପଠାଯିବାର ଯୋଜନା କରାଯାଇଛି। ଏଥିପାଇଁ ୩୦ ଶହ କୋଟି ଡଲାର ଖର୍ଚ୍ଚ ହେବାର ସମ୍ଭାବନା ରହିଥିବା ନାସା ପକ୍ଷରୁ କୁହାଯାଇଛି। ପରବର୍ତ୍ତୀ ସମୟରେ ମହାକାଶ ଯାତ୍ରୀ ପୃଥିବୀରୁ ଚନ୍ଦ୍ର ଏବଂ ସେଠାରୁ ମଙ୍ଗଳକୁ ଯାତ୍ରା କରିବା ନେଇ ନାସା ଯୋଜନା କରୁଥିବା କୁହାଯାଉଛି।

Share