ନାସା ସର୍ଭର ହ୍ୟାକ୍‌: ମଙ୍ଗଳ ଅଭିଯାନ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି ଆଶଙ୍କା

ଓ୍ବାଶିଂଟନ,୨୨।୬: ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସାର ସର୍ଭର ହ୍ୟାକ୍‌ ହୋଇଛି। ଏଥିରେ ଥିବା ମଙ୍ଗଳ ଅଭିଯାନ ସମ୍ପର୍କିତ ତଥ୍ୟ ହ୍ୟାକର୍‌ ଚୋରି କରିଥିବା ଆଶଙ୍କା କରାଯାଉଛି। ନାସାର ମହାନିରୀକ୍ଷକ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏନେଇ ସୂଚନା ଦିଆଯାଇଛି। ୨୦୧୮ ଏପ୍ରିଲ୍‌ରେ ହ୍ୟାକର ନାସା ଅନଧିକୃତଭାବେ ନାସା ସର୍ଭର ହ୍ୟାକ୍‌ କରି ଏଥିରୁ ୫ଶହ ଏମ୍‌ବି ଡାଟା ଚୋରି କରିଥିବା କୁହାଯାଉଛି। ହ୍ୟାକର ଏଥିପାଇଁ ଜିପିଏଲ୍‌ ନେଟଓ୍ବାର୍କ ସହିତ ସଂଯୋଗ ସ୍ଥାପନ କରି ଏଭଳି କରିଥିବା ନାସା କହିଛି।

Share