ନାସିକରେ ଫଶିିଛନ୍ତି ୨୮ ଓଡ଼ିଆ ତୀର୍ଥଯାତ୍ରୀ

ଜଳେଶ୍ୱର,୨୬।୩(ସ୍ବ.ପ୍ର)- ତୀର୍ଥଯାତ୍ରା କରିବାକୁ ଯାଇଥିବା ବାଲେଶ୍ୱର ଜିଲାର ୨୮ଜଣ ଯାତ୍ରୀ ୪ ଦିନ ଧରି ମହାରାଷ୍ଟ୍ରର ନାସିକ ସହରରେ ଫଶି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବାପାଇଁ ପରିବାରବର୍ଗ ବୁଧବାର ମୁଖ୍ୟମନ୍ତ୍ରୀଙ୍କ ସମେତ ମୁଖ୍ୟ ଶାସନ ସଚିବ ଓ ବାଲେଶ୍ୱର ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଗତ ୩ ତାରିଖରେ ତୀର୍ଥଯାତ୍ରାରେ ଯାଇଥିବା ଏହି ଲୋକେ ବୃନ୍ଦାବନ, ଜୟପୁର, ଆଜମୀର, ଦ୍ୱାରିକା, ମାଉଣ୍ଟଆବୁ, ଉଜ୍ଜୟିନୀ, ସୋମନାଥ ମନ୍ଦିର ବୁଲି ସାରି ନାସିକର ପଞ୍ଚବଟିରେ ପହଞ୍ଚିିଥିଲେ। ଗତ ୨୨ ତାରିଖରେ ସେମାନଙ୍କର ଫେରିବା କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ ସେଦିନ ଜନତା କର୍ଫ୍ୟୁ ଡାକରାଯୋଗୁଁ ସେମାନେ ଫେରି ପାରି ନ ଥିଲେ। ଆସନ୍ତା ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ଟ୍ରେନ୍‌ ଚଳାଚଳ ଉପରେ ରୋକ୍‌ ଲାଗିଥିବାରୁ ସେମାନେ ଏବେ ନାସିକର ପଞ୍ଚବଟିସ୍ଥିତ ପଥରଭାଟ ଲେନ୍‌ ଅନ୍ତର୍ଗତ ପ୍ରତାପ ସିଂ ଛକଠାରେ ଥିବା ନାସିକ ଧର୍ମଶାଳାରେ ଅବସ୍ଥାନ କରୁଛନ୍ତି ା ସେଠାରେ ଅଟକି ଥିବା ଏହି ତୀର୍ଥଯାତ୍ରଙ୍କୁ ଉଦ୍ଧାର କରିବାଲାଗି ସେମାନଙ୍କ ପରିିବାରବର୍ଗ ଶାଳିକୋଠା ଗ୍ରାମର ପ୍ରମୋଦ କୁମାର ପଣ୍ଡାଙ୍କ ନେତୃତ୍ୱରେ ଜିଲା ଓ ରାଜ୍ୟ ପ୍ରଶାସନ ସମେତ ନାସିକର ଜିଲାପାଳଙ୍କୁ ନିବେଦନ କରିଛନ୍ତି। ସେମାନେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଢଙ୍ଗୀ ଏବଂ ପୂର୍ବତନ ଏମପି ଇଂ. ରବୀନ୍ଦ୍ର କୁମାର ଜେନାଙ୍କ ଦୃଷ୍ଟି ଆକର୍ଷଣ କରିଥିବା କହିଛନ୍ତି।