Categories: ଜାତୀୟ

ନାସିକ ରେଳଷ୍ଟେଶନରେ ଆରମ୍ଭ ହେଲା ଅକ୍ସିଜେନ୍‌ ପାର୍ଲର

ନାସିକ,୨୩।୧୨: ମହାରାଷ୍ଟ୍ର ନାସିକ ରେଳଷ୍ଟେଶନରେ ଯାତ୍ରୀମାନଙ୍କ ପାଇଁ ଅକ୍ସିଜେନ୍‌ ପାର୍ଲରର ଶୁଭାରମ୍ଭ କରାଯାଇଛି। ଦେଶର ପ୍ରଥମ ରେଳଷ୍ଟେଶନ ଭାବେ ଏଠାରେ ଏଭଳି କରାଯାଇଥିବା କୁହାଯାଉଛି। ୧୦ ବର୍ଗଫୁଟ ପରିମିତ ଅଞ୍ଚଳରେ ଫୁଲକୁଣ୍ଡରେ ଗଛ ଲଗାଯାଇଛି। ନ୍ୟାସନାଲ ଏରୋନେଟିକ୍ସ୍‌ ଆଣ୍ଡ୍‌ ସ୍ପେସ୍‌ ଆଡ଼ମିନିଷ୍ଟ୍ରେଶନ୍‌ର ଅନୁରୋଧ କ୍ରମେ ଏପରି ନିଆରା ପଦକ୍ଷେପ ଗ୍ରହଣ କରାଯାଇଛି। ରେଳଷ୍ଟେଶନରେ ୧୫ ଶହ ଗଛ ରଖାଯାଇଛି। ଏହା ବାୟୁ ପ୍ରଦୂଷଣ କମ୍‌ କରିବାରେ ସହାୟକ ହେବ ବୋଲି ଷ୍ଟେଶନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏନେଇ ନାସାରେ ୧୯୮୯ରେ ଏକ ଅଧ୍ୟୟନ କରାଯାଇଥିଲା। ଅଧ୍ୟୟନ ରିପୋର୍ଟ ଆଧାରରେ ରେଳଷ୍ଟେଶନରେ ଏପରି କରାଯିବା ପାଇଁ ନ୍ୟାସନାଲ ଏରୋନେଟିକ୍ସ୍‌ ଆଣ୍ଡ୍‌ ସ୍ପେସ୍‌ ଆଡ଼ମିନିଷ୍ଟ୍ରେଶନ୍‌ ପକ୍ଷରୁ ଅନୁରୋଧ କରାଯାଇଥିଲା।

Share