ନାୟିକା ହେବ ଏମିତି

ସତରେ ନାୟିକା ହେବ ଏମିତି। ନିର୍ମାଣାଧୀନ ସିନେମା ‘ଲାଲ୍‌ ସିଂ ଚଢ଼ା’ର ଶୁଟିଂ ସେଟ୍‌ରେ ଏପରି ଏକ ଘଟଣା ଘଟିଥିଲା, ଯେଉଁଥିପାଇଁ କରୀନା ପ୍ରଶଂସା ସାଉଁଟିବାରେ ଲାଗିଛନ୍ତି। ଘଟଣାଟି ଏପରି- ସେଦିନ ଏହି ଫିଲ୍ମର ଶୁଟିଂ ଲେଟ୍‌ ନାଇଟ୍‌ ପର୍ଯ୍ୟନ୍ତ ଚାଲିଥିଲା। ଯେହେତୁ ପ୍ରବଳ ଶୀତ ପଡୁଛି, ତେଣୁ ୟୁନିଟ୍‌ ସଦସ୍ୟମାନେ ଶୀତରୁ ରକ୍ଷା ପାଇବା ପାଇଁ ଶୀତବସ୍ତ୍ର ପିନ୍ଧିଥିଲେ। ହେଲେ ଶୀତରୁ ରକ୍ଷା ପାଇବା ପାଇଁ କରୀନା ସାଙ୍ଗେ ସାଙ୍ଗେ ୪-୫ଟି ରୁମ୍‌ ହିଟର ମଗାଇଥିଲେ। ଆଉ ଶୁଟିଂ ବ୍ରେକ୍‌ ସମୟରେ ୟୁନିଟ୍‌ର ସଦସ୍ୟମାନେ ତାହାର ମଜା ନେଇଥିଲେ। କେବଳ ସେତିକି ନୁହେଁ, ନିଜ ପଟରୁ ସମସ୍ତଙ୍କ ପାଇଁ ସେ ଦିନର ଡିନରର ମଧ୍ୟ ଆୟୋଜନ କରିଥିଲେ। ଆଉ ତା’ପରେ ୟୁନିଟ୍‌ର ସବୁ ସଦସ୍ୟ ତାଙ୍କୁ ପ୍ରଶଂସା କରୁଥିବାର ଦେଖିବାକୁ ମିଳିଥିଲା।

Share