Categories: ନୂଆପଡ଼ା

ନିଃଶୁଲ୍କ ଅସ୍ଥି, ମେରୁଦଣ୍ଡ ଚିକିତ୍ସା ଶିବିର

ସିନାପାଲି,୨୪।୯(ଡି.ଏନ.ଏ.)
ନୂଆପଡା ଜିଲା ସିନାପାଲିସ୍ଥିତ ଅଗ୍ରସେନ ଭବନଠାରେ ମାରୱାଡି ଯୁବାମଞ୍ଚ ଶାଖା ପକ୍ଷରୁ ଦିନିକିଆ ନିଃଶୁଲ୍କ ଅସ୍ଥି ଓ ମେରୁଦଣ୍ଡ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ସୋମବାର ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିଥିଲା । ଏଥିରେ ୧୩୦ ଜଣ ରୋଗୀ ଚିକିତ୍ସିତ ହେବା ସହିତ ଡାକ୍ତରଙ୍କ ପରାମର୍ଶ ନେଇଥିଲେ। ମୁମ୍ବାଇ ସ୍ଥିତ ଏକ ଡାକ୍ତରଖାନାରେ କାର୍ଯ୍ୟରତ ଅସ୍ଥି ଓ ମେରୁଦଣ୍ଡ ବିଶେଷଜ୍ଞ ଡ.ବିପୁଲ କୁମାର ଗର୍ଗ ଯୋଗଦେଇ ରୋଗୀମାନଙ୍କୁ ଚିକିତ୍ସିତ କରିଥିଲେ। ଯୁବାମଞ୍ଚ ସଭାପତି ଉମାଶଙ୍କର ଅଗ୍ରୱାଲ, ସମ୍ପାଦକ ଅମିତ କୁମାର ଜୈନ, ରିତେଶ ଜୈନ, ମହେନ୍ଦ୍ର ଅଗ୍ରୱାଲ, ବିକ୍ରମ ଅଗ୍ରୱାଲ, ରାଜେଶ ଅଗ୍ରୱାଲ, ପ୍ରମୋଦ ଜୈନ, ଦିନେଶ ଅଗ୍ରୱାଲ, ମୁକେଶ ଅଗ୍ରୱାଲ, ରାହୁଲ ଗର୍ଗଙ୍କ ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ରୋଗୀମାନଙ୍କୁ ଚିକିତ୍ସା କରାଇବାରେ ସହଯୋଗ କରିଥିଲେ। ଏଥିରେ ସିନାପାଲି ବିଭିନ୍ନ ଅଞ୍ଚଳରୁ ରୋଗୀମାନେ ଆସି ଚିକିତ୍ସିତ ହୋଇଥିଲେ। ଆଗାମୀ ଦିନରେ ଏଭଳି ସେବା କାର୍ଯ୍ୟ ଜାରି ରହିବ ବୋଲି ଯୁବାମଞ୍ଚ ତରଫରୁ ଜଣାପଡିଛି ।