ନିଃଶୁଳ୍କ ଟେଲିଫୋନ ସେବା ଆରମ୍ଭ କଲା ଓଏସ୍‌ଆରଟିସି

ଭୁବନେଶ୍ୱର,୩।୧୦(ବ୍ୟୁରୋ)-ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ(ଓଏସ୍‌ଆରଟିସି) ପକ୍ଷରୁ ନିଃଶୁଳ୍କ ଟେଲିଫୋନ ସେବା ଆରମ୍ଭ କରିଛି ା ଏହି ଟେଲିଫୋନ ନମ୍ବରଟି ହେଉଛି ୧୮୦୦-୩୪୫-୧୧୨୨ । ଟେଲିଫୋନରେ ଯାତ୍ରୀମାନେ ନିଗମ ପରିଚଳିତ ବସଗୁଡ଼ିକ ସଂପର୍କରେ ତଥ୍ୟ ପାଇବା ସହିତ ମୂଲ୍ୟବାନ ମତାମତ/ସମସ୍ୟା ଉପସ୍ଥାପନ କରି ସମାଧାନର ମାର୍ଗ ପାଇପାରିବେ ା ଯାତ୍ରୀମାନଙ୍କ ସୁବିଧା ପାଇଁ ଏହି ଟେଲିଫୋନଟି ନିଗମ କାର୍ଯ୍ୟାଳୟଠାରେ ଦିବାରାତ୍ରି କାର୍ଯ୍ୟକରିବ ା ଯାତ୍ରୀମାନଙ୍କଠାରୁ ପ୍ରାପ୍ତ ମତାମତକୁ ଗୁରୁତ୍ୱ ଦେଇ ନିଗମ ମଧ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବ ବୋଲି ଜଣାପଡିଛି।

Share