ନିଃଶ୍ୱାସରେ ୮ ମିଟର ଯାଇପାରେ ଭୂତାଣୁ

ନୂଆଦିଲ୍ଲୀ,୨ା୪: କରୋନା ସଂକ୍ରମଣ ରୋକିବା ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଏବଂ ଆମେରିକା ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍‌ଶନ (ସିଡିସି) ପକ୍ଷରୁ ଯେତିକି ସାମାଜିକ ଦୂରତ୍ୱ ରଖିବା ଲାଗି ପରାମର୍ଶ ଦିଆଯାଇଛି, ତାହା ଯଥେଷ୍ଟ ହୋଇ ନ ପାରେ। କାରଣ ଜଣେ କରୋନା ରୋଗୀ କାଶିବା କିମ୍ବା ଛିଙ୍କିବା ଦ୍ୱାରା ଯେଉଁ ଭୂତାଣୁ ବାୟୁମଣ୍ଡଳକୁ ଆସିଥାଏ ତାହା ୮ ମିଟର ପର୍ଯ୍ୟନ୍ତ ଗତି କରିପାରେ ଓ ଏହା ବାୟୁରେ ବେଶ୍‌ କିଛି ଘଣ୍ଟା ତିଷ୍ଠି ରହିପାରେ ବୋଲି ଗବେଷକମାନେ ମତ ଦେଇଛନ୍ତି। ଆମେରିକୀୟ ମେଡିକାଲ ଆସୋସିଏଶନର ଏକ ପତ୍ରିକାରେ ଏହି ଗବେଷଣା ତଥ୍ୟ ପ୍ରକାଶ ପାଇଛି। ରୋଗୀର ନିଃଶ୍ୱାସରେ ବାହାରୁଥିବା ଭୂତାଣୁ କଣିକା ୨୩ରୁ ୨୭ ଫୁଟ୍‌ ବା ୭ରୁ ୮ ମିଟର ପର୍ଯ୍ୟନ୍ତ ଗତି କରିପାରିବ ବୋଲି ଏମ୍‌ଆଇଟିର ଆସୋସିଏଟ ପ୍ରଫେସର ଲିଡିଆ ବୁରୁଇବା ସତର୍କ କରାଇଦେଇଛନ୍ତି।

Share