ନିଅଁ। ରେ ଚାଲିଲେ ମାନସିକଧାରୀ ଭକ୍ତ

ଯୋଡ଼ା, ୧୧।୧(ଡି.ଏନ.ଏ.)- କେନ୍ଦୁଝର ଜିଲା ଯୋଡା ସହରର ଭୂୟାଁ ବସ୍ତର କୋଠି ଶାଳରେ ସବୁବର୍ଷ ପରି ଚଳିତବର୍ଷ ଠାକୁରାଣୀ ମା’ଙ୍କ ଓଷା ମହା ଆଡମ୍ବରରେ ପାଳିତ ହୋଇ ଯାଇଛି । ପୌଷ ମାସରେ ହେଉଥିବା ମା’ ଠାକୁରାଣୀଙ୍କ ଏହି ଓଷାରେ ପାରମ୍ପରିକ ରୀତିରେ ପୂଜାର୍ଚ୍ଚନା କରାଯାଇଥିଲା। ପଡୋଶୀ ଝାଡଖଣ୍ଡ ରାଜ୍ୟ ସମେତ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା । ପରିବେଶ ଥିଲା ଉତ୍ସବମୁଖର । ଆସ୍ଥା ଓ ବିଶ୍ୱାସର ପ୍ରତୀକ ମା’ ଠାକୁରାଣୀଙ୍କ ଠାରେ ଶ୍ରଦ୍ଧାଳୁମାନେ ଭକ୍ତିର ସହ ମାନସିକ କରି ପୂଜାର୍ଚ୍ଚନା କରିବା ସହିତ ଭୋଗ ଲଗାଇଥିଲେ। ଓଷାରେ ପାରମ୍ପରିକ ରୀତି ଅନୁଯାୟୀ ମା’ଙ୍କୁ ନୂତନ ବସ୍ତ୍ର, ଅଳଙ୍କାର, ସିନ୍ଦୁର, ଅଳତା ମୟୂରପକ୍ଷୀ ପ୍ରଭୃତି ସାମଗ୍ରୀ ଦ୍ୱାରା ପୂଜାର୍ଚ୍ଚନା କରାଯାଇଥିଲା। ଶୁକ୍ରବାର ପୂଜାର ସମାପନ ଦିବସର ଅପରାହ୍ନରେ ଶ୍ରଦ୍ଧାଳୁ ଓ ମାନସିକଧାରୀମାନେ କଣ୍ଟା ଦୋଳିରେ ଝୁଲିବା ସହିତ କଣ୍ଟା ପିଢାରେ ବସିଥିଲେ ା ପରେ ନିଆଁା ଖଳାରେ ଜଳୁଥିବା ଅଙ୍ଗାର ଉପରେ ଶ୍ରଦ୍ଧାଳୁମାନେ ଖାଲିପାଦରେ ଚାଲିଥିଲେ ା କୋଠି ଶାଳର ଦେହୁରି ସୋମବାରୀ ପାତ୍ର ଓ ସୁୁଷମା ପାତ୍ର ପ୍ରମୁଖ ପୂଜା ଦାୟିତ୍ୱ ତୁଲାଇଥିଲେ।
ଉଲ୍ଲେଖନୀୟ ଯେ, ସହରର ସର୍ବ ପୁରାତନ ଏହି କୋଠିଶାଳରେ ଠାକରାଣୀ ମା’ଙ୍କ ଓଷା ଲାଗି ପରମ୍ପରା ଅନୁଯାୟୀ ୨୦ଦିନ ପୂର୍ବରୁ ବସ୍ତିର ଶ୍ରଦ୍ଧାଳୁମାନେ ଅଁଶେଇକଳା ଗ୍ରାମ ଓ ଓଡିଶା-ଝାଡଖଣ୍ଡ ସୀମାନ୍ତ ତିତିରବିଲ ଗ୍ରାମରୁ ଦେବୀଙ୍କ ପ୍ରତିମା ଆଣି ପୂଜାର୍ଚ୍ଚନା କରିଥିଲେ। ସ୍ଥାନୀୟ ବାସିନ୍ଦା ଭୋଲାନାଥ ପାତ୍ର, ରମେଶ ପାତ୍ର, କିଶୋର ପାତ୍ର, ବବୁଲ ପାତ୍ର, ସୁରେନ୍ଦ୍ର ପାତ୍ର ଶାରଦା ପାତ୍ର, ବସ‘ ପାତ୍ର, କେଶବ ପାତ୍ର ପ୍ରମୁଖ କହିଛନ୍ତି, ଯୋଡା ପାତ୍ର ସାହିର ଗୋଟିିଏ ସ୍ଥାନରେ ପାରା ରହଣିରୁ ଆରମ୍ଭ ହୋଇଥିଲା ଧାର୍ମିକ ଚିନ୍ତନ ା ୧୯୫୭ ମସିହାରୁ ଏହି ଓଷା ଜଣେ ମହିଳାଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ା ପୂଜାର୍ଚ୍ଚନା ବେଳେକାଳିସୀ ଲାଗିବା ଏହି ପୂଜାର ଏକ ଭିନ୍ନ ଆକର୍ଷଣ।