ନିଆଁରେ ଜଳିଗଲା ୧୭ ଦୋକାନ

ଟିଟିଲାଗଡ଼,୨୫।୫(ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ ସହରରେ ଶନିବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଥାନା ଛକ ଫ୍ଲ୍ୟାଏ ଓଭର ବ୍ରିଜ ତଳେ ଥିବା ୧୭ ଅସ୍ଥାୟୀ ଦୋକାନରେ ନିଆଁ ଲାଗି ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି l

ଖବର ପାଇଁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ l ହେଲେ ଦୋକାନରେ ଥିବା ସମସ୍ତ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା ଦୋକନୀମାନେ କହିଛନ୍ତି। ହେଲେ କେଉଁ ପରିସ୍ଥିତିରେ ଅଗ୍ନିକାଣ୍ଡ ଘଟିଲା ତାହା ଜଣାପଡି ନାହିଁ। ଏନେଇ ଘଟଣାର ତଦନ୍ତ ଚାଲିଛି।

Share