Advertisement

ନିଆଁରେ ପୋଡ଼ି ୩ ମହିଳା ଗୁରୁତର

କପ୍ତିପଦା,୨୬ା୭(ଡି.ଏନ.ଏ)- ମୟୁରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଶରତ ଥାନା ଅଧୀନ ଲାବଣ୍ୟଦେଇପୁର ପଞ୍ଚାୟତ କଟୁରିଆ ଗ୍ରାମରେ ଗୁରୁବାର ଅପରାହ୍ନରେ ଡିବିରି ନିଆଁରୁ ପୋଡ଼ି ହୋଇ ୩ ମହିଳା ଗୁରୁତର ଆହତ ହୋଇଛନ୍ତି। ଆହତ ମହିଳାମାନେ ହେଲେ ସେହି ଗ୍ରାମର ମାନୀ ଦେଓଗାମ (୩୨), ଶାନ୍ତି ଦେଓଗାମ (୧୯) ଓ ଚିର୍ତ୍ତୀ ପୂର୍ର୍ତ୍ତି (୩୭)। ଗୁରୁବାର ପରିବାରରେ ଏକ ଶୁଦ୍ଧିକ୍ରିୟା ଥିଲା। ସେମାନେ ଏକ ଡିବିରିରେ କିରୋସିନ ଭର୍ତ୍ତି କରୁଥିବା ବେଳେ ହଠାତ ଜଣଙ୍କ ଶାଢୀରେ ଲାଗି ନିଆଁ ଲାଗି ଯାଇଥିଲା। ଅନ୍ୟ ଦୁଇ ଜଣ ତାଙ୍କୁ ଉଦ୍ଧାର କରିବାକୁ ଯାଇ ଗୁରୁତର ଆହତ ହୋଇଥିଲେ। ପରିବାର ଲୋକ ଓ ପଡୋଶୀଙ୍କ ସହାୟତାରେ ସେମାନଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଉଦଳା ଡାକ୍ତରଖାନା ଓ ପରେ ଅବସ୍ଥା ଗୁରୁତର ହେବାରୁ ବାରିପଦା ସ୍ଥିତ ପିଆରଏମ ମେଡିକାଲରେ ଭର୍ତ୍ତି କରାଯାଇଛି। ଏଥିନେଇ ଶରତ ଥାନା ଓଆଇସି ରୀନା ବକ୍ସଲଙ୍କୁ ପଚାରିବାରୁ ମହିଳା ୩ ଜଣ ଡିବିରି ନିଆଁରେ ପୋଡ଼ି ହୋଇଥିବା ମୁଁ ସୂଚନା ପାଇଛି , କିନ୍ତୁ ଥାନାରେ କୌଣସି ଅଭିଯୋଗ ହୋଇନାହିଁ ବୋଲି କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel