ନିଆଁରେ ଶରୀରର କୌଣସି ଅଂଶ ପୋଡିଗଲେ, ଆପଣାନ୍ତୁ ….

ନିଆଁରେ ଶରୀରର କୌଣସି ଅଂଶ ପୋଡ଼ିଗଲେ, ସେହି ସ୍ଥାନ ପ୍ରବଳ ମାତ୍ରାରେ ପୋଡିଥାଏ। ତୁରନ୍ତ ସେହି ସ୍ଥାନରେ  ପାଣି କିମ୍ବା କିମ୍ବା ବରଫ ଲଗାଇଥାଉ। ହେଲେ ଏଥିଲାଗି ଆପଣାଇପାରିବେ ନିମ୍ନୋକ୍ତ ଟିପ୍ସ..

ଲେମ୍ବୁ: ପୋଡ଼ା ସ୍ଥାନରେ ଲେମ୍ବୁ ରସକୁ ୨-୩ ଦିନ ପର୍ଯ୍ୟନ୍ତ ବ୍ୟବହାର କରନ୍ତୁ। ଏହା ଜଳିବା କାରଣରୁ ସୃଷ୍ଟି ହେଉଥିବା ଦାଗକୁ ଭଲ କରିଥାଏ।

ଘିକୁଅଁାରୀ: ଘିକୁଆଁରୀ ଜେଲ୍‌ ଔଷଧ ଭଳି କାମ କରିଥାଏ। ବିଶେଷଜ୍ଞଙ୍କ ମତରେ, ବାଣ ଯୋଗୁ ଶରୀରର କୌଣସି ସ୍ଥାନ ପୋଡ଼ି ହୋଇଗଲେ ଘିକୁଅଁାରୀ ବେଶ୍‌ ଫାଇଦା ଦେଇଥାଏ। ଏହା ପୋଡ଼ା ଯନ୍ତ୍ରଣା ଲାଘବ କରିବା ସହ ଦାଗ ବି ଦୂର କରିଦିଏ।

କଳଦୀ ପତ୍ର: ଆଣ୍ଟି ଇନ୍‌ଫ୍ଲାମେଟୋରୀ, ଆଣ୍ଟି ମାଇକ୍ରୋବିଆଲ୍‌ ଭଳି ଗୁଣରେ ଭରପୂର୍‌
କଦଳୀ ପତ୍ର ଜଳିବା ସ୍ଥାନରେ ଲଗାଇଲେ ବେଶ୍‌ ଆରାମ ମିଳିଥାଏ। କଦଳୀ ପତ୍ରକୁ ବାଟି ଏହାର ରସକୁ ପୋଡ଼ି ଯାଇଥିବା ସ୍ଥାନରେ ଲଗାଇଲେ ଯନ୍ତ୍ରଣାରୁ ଉପଶମ ମିଳିଥାଏ।

ଆଳୁ: ଆଳୁ ମଧ୍ୟ ଜ୍ୱଳନ ଯନ୍ତ୍ରଣାକୁ କମ୍‌ କରିବାରେ ବେଶ୍‌ ସହାୟକ ହୋଇଥାଏ। ଏହାଦ୍ୱାରା ଛାଲ ଉତୁରେ ନାହଁି କି ଫୋଟକା ହୁଏ ନାହିଁ। ଏଣୁ ଶରୀରର କୌଣସି ଅଂଶରେ ନିଅଁା ଲାଗିଗଲେ, ସେଠାରେ ତୁରନ୍ତ ଆଳୁକୁ ବାଟି ଲଗାଇଦିଅନ୍ତୁ। ଆରାମ ମିଳିବ।

କ୍ଷୀର: ନିଆଁ ଲାଗିବା ଦ୍ୱାରା ତ୍ୱଚା ଉପରେ ତୁରନ୍ତ ଥଣ୍ଡା କ୍ଷୀର ଢାଳିଦିଅନ୍ତୁ। ଏହାଦ୍ୱାରା ତ୍ୱଚା ସଂକ୍ରମଣର ଭୟ ମଧ୍ୟ ଦୂରେଇଯାଏ। ଧ୍ୟାନ ରଖିବେ କ୍ଷୀର ବିନା ମଲାଇ ବାଲା ଥିବ।

ନଡ଼ିଆତେଲ: ଜଳିଯାଇଥିବା ତ୍ୱଚାରେ ନଡ଼ିଆ ତେଲ ଲଗାଇବା ସବୁଠୁ ଉତ୍ତମ। ଏହା ଆଣ୍ଟିଇକ୍ସିଡାଣ୍ଟ, ଆଣ୍ଟିିବ୍ୟାକ୍ଟେରିଆଲ୍‌ ଏବଂ ଆଣ୍ଟିି ଫଙ୍ଗଲ୍‌ ଗୁଣରେ ଭରପୂର୍‌। ପୋଡ଼ା ସ୍ଥାନରେ ସୃଷ୍ଟି ହେଉଥିବା ଦାଗ ମଧ୍ୟ ଏହାଦ୍ୱାରା ଦୂର ହୋଇଯିବ।