Categories: ଜାତୀୟ

ନିଆଁ ଲାଗିବା ପରେ ଭୁଶୁଡିଲା କାନ୍ଥ: ଉଦ୍ଧାର ବେଳେ ୨ ଦମକଳ କର୍ମଚାରୀ ମୃତ

ଶ୍ରୀନଗର,୧୨।୨: ଜମ୍ମୁର ତାଲାବ ତିଲୋ ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ବିଲଡିଂରେ ନିଆଁ ଲାଗିବା ପରେ ଏହାର କାନ୍ଥ ଭୁଶୁଡିପଡ଼ିଛି। ଏଥିରେ ୨ଦମକଳ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଏବେ ବି ଭଗ୍ନାବଶେଷ ତଳେ ଫସି ରହିଛନ୍ତି। ସୂଚନାଯୋଗ୍ୟ, ମଙ୍ଗଳବାର ରାତି ୩ଟାରେ ଏକ ବିଲଡିଂରେ ନିଆଁ ଲାଗିଯାଇଥିଲା। ଖବର ପାଇ ଘଟଣାସ୍ଥଳରେ ଦମକଳ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରୁଥିଲେ। ସେହି ସମୟରେ ହଠାତ୍‌ ଏକ କାନ୍ଥ ଭୁଶୁଡ଼ି ପଡ଼ିବାରୁ ୪ଜଣ ଦମକଳ କର୍ମଚାରୀ ଓ ଦୁଇଜଣ ବ୍ୟକ୍ତି ସେହି ଭଗ୍ନାବଶେଷ ତଳେ ଚାପିହୋଇ ଯାଇଥିଲେ। ଘଟଣାସ୍ଥଳରେ ପୋଲିସ ଓ ଏନ୍‌ଡିଆରଏଫ୍‌ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସେତିକିବେଳେ ୨ଦମକଳ କର୍ମଚାରୀଙ୍କ ମୃତ୍ୟୁ ହୋଇସାରିଥିଲା ବେଳେ ସେମାନଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ଆଉ ଅନ୍ୟ ଜଣେ ଦମକଳ କର୍ମଚାରୀ ଓ ୨ବ୍ୟକ୍ତିଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ହେଲେ ଏବେ ବି ଆଉ ଜଣେ କର୍ମଚାରୀ ସେହି ଭଗ୍ନାବଶେଷ ତଳେ ଫସିରହିଥିବା କୁହାଯାଉଛି। ସେଥିପାଇଁ ଘଟଣାସ୍ଥଳରେ ଏବେ ବି ଏନ୍‌ଡିଆରଏଫ୍‌ ଟିମ୍‌ ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

Share