ନିଆଁ ଲାଗି ଜଳିଗଲା ଡିଜେଲ ଟ୍ୟାଙ୍କର

ରାଇସୁଆଁ/କେନ୍ଦୁଝର,୧୩।୩(ଡି.ଏନ.ଏ./ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ରାଇସୁଆଁ ହାଇସ୍କୁଲ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଏକ ଡିଜେଲ ଟ୍ୟାଙ୍କର ନିଆଁ ଲାଗି ଜଳିଯାଇଛି। ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସ୍ଥାନୀୟ ଲୋକେ ଚାଳକଙ୍କୁ ଉଦ୍ଧାର କରିବା ସହ ସଦର ଥାନାକୁ ଜଣାଇଥିଲେ। ପୋଲିସଠାରୁ ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଟ୍ୟାଙ୍କରରେ ୨୦୦ ଲିଟରରୁ ଊର୍ଦ୍ଧ୍ୱ ଡିଜେଲ ଥିଲା ବୋଲି ସୂଚନା ମିଳିଛି।

Share