ନିଆଁ ଲିଭାଇବ ରୋବୋ: ଖର୍ଚ୍ଚ ହେବ କମ୍‌ ପାଣି

ଅହମ୍ମଦାବାଦ୍‌, ୨୫।୧: ନିଆଁ ଲିଭା କାର୍ଯ୍ୟରେ ଦମକଳ ବାହିନୀଙ୍କୁ ନିୟୋଜିତ କରାଯାଇଥାଏ। ତେବେ ଅହମ୍ମଦାବାଦ୍‌ ଦମକଳ ବିଭାଗ ପକ୍ଷରୁ ଏବେ ଏହି କାର୍ଯ୍ୟରେ ରୋବୋକୁ ନିୟୋଜିତ କରାଯିବ। ଏଥିପାଇଁ ବିଭାଗ ପକ୍ଷରୁ ଏକ ରୋବୋ ସହିତ ଟ୍ୟାଙ୍କର ୟୁନିଟ୍‌ ମଧ୍ୟ କିଣାଯାଇଛି। ଅଣଓସାରିଆ ଛୋଟ ଗଳି ରାସ୍ତାରେ ଦମକଳ ଗାଡ଼ି ପ୍ରବେଶ କରି ପାରି ନ ଥାଏ। ଏସବୁ ଅଞ୍ଚଳରେ ରୋବୋ ଦ୍ୱାରା ନିଆଁ ଲିଭା କାର୍ଯ୍ୟ କରାଯାଇପାରିବ। ଏହା ୩୫ ମିଟର ପର୍ଯ୍ୟନ୍ତ ପାଣି ସ୍ପ୍ରେ କରିବାକୁ ସକ୍ଷମ। ଏହାକୁ ୩୦୦ ମିଟର ଦୂରରୁ ପରିଚାଳିତ କରାଯାଇପାରିବ। ଏହା ହାଇ ପ୍ରେସରରେ ୩୦୦ରୁ ୩୨୫ ଲିଟର ପାଣି ସ୍ପ୍ରେ କରିପାରିବ। ଏହାର ଉପଯୋଗ ଦ୍ୱାରା କମ୍‌ ପାଣି ଖର୍ଚ୍ଚ ହେବ। ରୋବୋ ସହିତ ୫ ହଜାର ଲିଟର କ୍ଷମତା ବିଶିଷ୍ଟ ପାଣିଟାଙ୍କି, ୪୦୦ ଲିଟର ହାଇପ୍ରେସର ପମ୍ପ୍‌, ୫୦୦ ମିଟର ଲମ୍ବ ପାଇପ୍‌ ସଂଯୁକ୍ତ କରାଯାଇଛି। ଏହା ୩ ଫୁଟ ଚଉଡ଼ା ଗଳିରେ ସହଜରେ ପ୍ରବେଶ କରି ପାରିବ। ଏହା ସହିତ ଦମକଳ ବିଭାଗ ପକ୍ଷରୁ ୨୫ ଲକ୍ଷ ଟଙ୍କାର ଏକ ଡ୍ରୋନ୍‌ ମଧ୍ୟ କିଣାଯାଇଛି। ଏହା ୪୦୦ ଫୁଟ ଉପରୁ ଫଟୋ ଉଠାଇ ନିଆଁ ଲିଭା କାର୍ଯ୍ୟରେ ସହାୟତା କରିବ ବୋଲି ଦମକଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Share