ନିଆଁ ସହ ଖେଳୁଛି ଇରାନ୍‌: ଟ୍ରମ୍ପ୍‌ଙ୍କ ଚେତାବନୀ

ଓ୍ବାଶିଂଟନ,୨।୭: ଇରାନ୍‌ ପରମାଣୁ ଚୁକ୍ତିର ଉଲ୍ଲଂଘନ କରି ନିଆଁ ସହିତ ଖେଳୁଛି ବୋଲି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍‌ ଚେତାବନୀ ଦେଇଛନ୍ତି। ଇରାନ୍‌ ସୀମାରେ ୟୁରାନିୟମ ପ୍ରବେଶ କରାଇବା ପାଇଁ ଯୋଜନା ଜାରି ରହିଥିବାରୁ ଏପରି ନ କରିବାକୁ ଟ୍ରମ୍ପ୍‌ ଚେତାବନୀ ଦେଇଛନ୍ତି। ଏନେଇ ଟ୍ରମ୍ପ୍‌ ଫ୍ରାନ୍ସ ସହିତ କଥାବାର୍ତ୍ତା କରିଛନ୍ତି। ବ୍ରିଟେନ୍‌ ଇରାନର ପଦକ୍ଷେପ ନେଇ ତାଗିଦ୍‌ କରିଛି। ଏହା ନ କରିବା ଲାଗି ବ୍ରିଟେନ୍‌ କହିଛି। ସୂଚନାଯୋଗ୍ୟ, ୨୦୧୫ରେ ଆମେରିକା, ଚାଇନା, ଫ୍ରାନ୍ସ, ରୁଷିଆ, ଜର୍ମାନୀ ଏବଂ ବ୍ରିଟେନ୍‌ ଏକ ବୁଝାମଣାରେ ସ୍ବାକ୍ଷର କରିଥିଲେ। ଏହା ଅନ୍ତର୍ଗତ ଇରାନ ଉପରେ ଲାଗୁ ହୋଇଥିବା ଆର୍ଥିକ କଟକଣା ହଟା ଯାଇଥିଲା। ତେବେ ପରମାଣୁ କାର୍ଯ୍ୟକ୍ରମକୁ ସୀମିତ କରିବା ଲାଗି ଇରାନ୍‌କୁ ପରାମର୍ଶ ଦିଆଯାଇଥିଲା।

Share