ପାଟନା,୧୯।୧୨: ବିହାରର ବଲତାରା ପଞ୍ଚାୟତ ଅନ୍ତର୍ଗତ କନହୌଲି ଗ୍ରାମ ଏବେ ବେଶ୍ ଚର୍ଚ୍ଚାରେ ରହିଛି। ଜନ୍ମଦିନ ହେଉ କି ବିବାହ କିମ୍ବା ଶ୍ରାଦ୍ଧ ଦିବସରେ ଏଠାକାର ଲୋକେ ଗଛ ଲଗାଇବା ବାଧ୍ୟତାମୂଳକ। ଏହି ଦିନ ଗାଁରେ ଲୋକେ ପ୍ଲାଷ୍ଟିକ୍ ମଧ୍ୟ ବ୍ୟବହାର କରନ୍ତି ନାହିଁ। ପ୍ରାୟ ୧ ହଜାରରୁ ଊର୍ଦ୍ଧ୍ୱ ଲୋକ ଏଠାରେ ବାସ କରନ୍ତି। ଗାଁରେ କୌଣସି ଉତ୍ସବ ହେଲେ ଲୋକେ ଗାଁରେ ଗଛ ଲଗାଇବା ସହ ଖଲି ପତ୍ରରେ ଖାଦ୍ୟ ଖାଇଥାନ୍ତି। କେବଳ ଏତିକି ନୁହେଁ, କୌଣସି ଯାଗାରେ ଅଳିଆ ଆବର୍ଜନା ମଧ୍ୟ ପଡିଥିବାର ଦେଖାଯାଏ ନାହିଁ। ଏହି ଗାଁର ଲୋକମାନେ ପରିବେଶ ସୁରକ୍ଷା ନେଇ ବେଶ୍ ସତର୍କ। ପରିବେଶକୁ ସବୁଜ ଏବଂ ସୁନ୍ଦର ରଖିବା ପାଇଁ ଏଠାକାର ଲୋକେ ଶପଥ ନେଇଛନ୍ତି। ଏହି ଗାଁ ଏବେ ଆଦର୍ଶ ଗ୍ରାମ ଭାବେ ପରିଚିତ ହାସଲ କରିଛି।