ନିଆରା ଢଙ୍ଗରେ ଗଜାନନଙ୍କ ପୂଜା କରୁଛନ୍ତି ଶିଳ୍ପା

ବଲିଉଡ୍‌ ସେଲିବ୍ରିଟିମାନେ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା କରୁଛନ୍ତି। ସେଲିବ୍ରିଟିଙ୍କ ମଧ୍ୟରୁ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ପୂର୍ବବର୍ଷ ଅପେକ୍ଷା ଏବର୍ଷ ଟିକେ ନିଆରା ଢଙ୍ଗରେ ପୂଜା କରୁଛନ୍ତି। ୧୦ ବର୍ଷ ଧରି ଶିଳ୍ପା ନିଜ ଘରେ ଧୂମ୍‌ଧାମରେ ଗଣେଶଙ୍କ ପୂଜା କରିଆସୁଛନ୍ତି। ପୂଜା ମଣ୍ଡପକୁ ପ୍ଲାଷ୍ଟିକ୍‌ ଫୁଲ, ବିଭିନ୍ନ ରଙ୍ଗବେରଙ୍ଗ ଜରି ଆଦିରେ ସଜାଇଥାନ୍ତି, ଯାହା ପରିବେଶକୁ ପ୍ରଦୂଷିତ କରିଥାଏ। ଶିଳ୍ପା ଏଥରକ ପୂଜାରେ ପରିବେଶ ପ୍ରଦୂଷଣ କେମିତି ନ ହେବ ସେଥିପ୍ରତି ବିଶେଷ ଧ୍ୟାନ ଦେଇଛନ୍ତି। ପୂର୍ବରୁ ପପ୍‌ ମୂର୍ତ୍ତି ପୂଜା କରୁଥିବାବେଳେ ଚଳିତବର୍ଷ ମାଟିରେ ତିଆରି ଗଣେଶ ମୂର୍ତ୍ତି କିଣିଛନ୍ତି। ପରେ ଏହାକୁ ନଦୀ କିମ୍ବା ପୋଖରୀରେ ନ ପକାଇ ନିଜ ବିଲ୍‌ଡିଂ ତଳେ ଥିବା ପାଣିଟାଙ୍କିରେ ବିସର୍ଜନ କରିବେ ବୋଲି ସେ କହିଛନ୍ତି।

Share