ନିଆରା ଢଙ୍ଗରେ ଦୀପାବଳି: ବାଣ ଫୁଟା ନ ଯାଇ ବାଳାଶ୍ରମ, ବୃଦ୍ଧାଶ୍ରମ ଅନ୍ତେବାସୀଙ୍କ ଉନ୍ନତିରେ ଖର୍ଚ୍ଚ ପାଇଁ ଦିଆଗଲା ଅର୍ଥ

ହାଟଡ଼ିହୀ,୨୮।୧୦(ସ୍ବ.ପ୍ର./ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକର ବିଶିଷ୍ଟ ସାମାଜିକ ସଂଗଠନ ‘ସର୍ଭ ଫର ଫିପୁଲ’ ତରଫରୁ ଦୀପାବଳି ଉତ୍ସବ ନିଆରା ଢଙ୍ଗରେ ପଳିତ ହୋଇଯାଇଛି। ଏହି ବ୍ଲକ ଅନ୍ତର୍ଗତ ବିଷ୍ଣୁପ୍ରିୟା ବାଳାଶ୍ରମ ଓ ବୃଦ୍ଧାଶ୍ରମରେ ଥିବା ଅସହାୟ ବୃଦ୍ଧାବୃଦ୍ଧ ଓ ଅନାଥ ଶିଶୁମାନଙ୍କ ଗହଣରେ ସଂଗଠନର କାର୍ଯ୍ୟକର୍ତ୍ତା ଓ ସଦସ୍ୟ ଦୀପାବଳି ପାଳିଥିଲେ। ଚନ୍ଦ୍ରମାୈଳି ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାଣ ନ ଫୁଟାଇ କେବଳ ଦୀପ ଜାଳି ଉତ୍ସବ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଥିଲା ା ସେହି ଅର୍ଥକୁ ବାଳାଶ୍ରମରେ ଥିବା ଅନ୍ତେବାସୀଙ୍କ ଉନ୍ନତିରେ ଖର୍ଚ୍ଚ କରାଯିବାକୁ ଦିଆଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ଉମାକାନ୍ତ ରାଉତ ସଂଯୋଜନା କରିଥିଲେ ା ବାଳାଶ୍ରମର ନିର୍ଦ୍ଦେଶକ ଗଜେନ୍ଦ୍ର ଦାସଙ୍କ ସମେତ ଗଦାଧର ରାଉତ, ତାପସ ରାଉତ, ଦିଗମ୍ବର ଦାସ, ପ୍ରଦୀପ କୁମାର ଜେନା, ମନୋଜ କୁମାର ରାଉତ, ତୁଷାର ସାମଲ, ବିଜୟ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ ା