ନିଆରା ଢ଼ଙ୍ଗରେ ଯୁବତୀଙ୍କୁ ପ୍ରୋପୋଜ୍‌ କଲେ ଯୁବକ

ପ୍ରେମ ହେଉଛି ଶାସ୍ବତ ଓ ଚିରନ୍ତନ। ଯୁବକ ଓ ଯୁବତୀମାନେ ତାଙ୍କର ପ୍ରଥମ ପ୍ରେମ ନିବେଦନକୁ ଏକ ଭଲ ସ୍ମୃତି କରିବାକୁ ବେଶ୍‌ ପସନ୍ଦ କରନ୍ତି। ଏଥିପାଇଁ ସେମାନେ ନିଆରା ଢ଼ଙ୍ଗ ଆପଣାଇଥାନ୍ତି। କିଏ ମଝି ଆକାଶରେ ତ ଆଉ କିଏ ସମୁଦ୍ର ମଝିରେ ନିଜର ପ୍ରେମ ନିବେଦନ କରିଥାନ୍ତି। କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆମେରିକାରେ। ଆମେରିକାର କ୍ରିସ୍‌ ଗାର୍ଥ ନିଜ ପ୍ରେମୀକା ଲୋରିନ୍‌ଙ୍କୁ ଏକ ନିଆରା ଢ଼ଙ୍ଗରେ ପ୍ରେମ ନିବେଦନ କରିବାକୁ ଇଛା ପ୍ରକାଶ କରିଥିଲେ। ଏଥିପାଇଁ ପୂର୍ବରୁ ସେ ସମସ୍ତ ପ୍ରସ୍ତୁତି ମଧ୍ୟ କରିଥିଲେ। କ୍ରିସ୍‌ଙ୍କୁ ସର୍ଫିଙ୍ଗ୍‌ କରିବାକୁ ବେଶ୍‌ ପସନ୍ଦ। ତେଣୁ ସେ ହୋନୋଲୁଲୁ ସମୁଦ୍ର କୂଳରେ ସର୍ଫିଙ୍ଗ୍‌ କରୁଥିବା ସମୟରେ, ପାଣିର ଶବ୍ଦ ଓ ଲହଡି ମଝିରେ ତାଙ୍କ ପ୍ରେମୀକାଙ୍କୁ ବିବାହ ପାଇଁ ନିବେଦନ କରିଥିଲେ। ଆଉ ତାଙ୍କୁ ମୁଦି ପିନ୍ଧାଇଥିଲେ। ଏଭଳି ନିଆରା ଭାବେ କ୍ରିସ୍‌ କରିଥିବା ନିବେଦନକୁ ଦେଖି ଲୋରିନ୍‌ ବେଶ୍‌ ଖିସି ହୋଇଯାଇଥିଲେ। ଆଉ ସଙ୍ଗେ ସଙ୍ଗେ ବିବାହ ପାଇଁ ହଁ କରିଦେଇଥିଲେ। କ୍ରିସ୍‌ଙ୍କ ଏହି ନିଆରା ଅନ୍ଦାଜ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share