ଆଜିକାଲି ସମୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଉଛି। ସେଥିମଧ୍ୟରୁ କେତେକ ପ୍ରତିଯୋଗିତା ସ୍ମରଣୀୟ ରଖିବାକୁ ନିଆରା ଢଙ୍ଗରେ ଆୟୋଜନ କରାଯାଇଥାଏ। ଏହିପରି ଏକ ଅଜବ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକ୍ଠାରେ। ଯେଉଁଥିରେ ଏକା ସାଙ୍ଗରେ ୩୦୦ ପ୍ରତିଯୋଗୀ ଅର୍ଥାତ୍ ନବ ବିବାହିତା କନ୍ୟା ଭାଗନେଇଥିଲେ। ତାହା ପୁଣି ବିବାହ ପୋଷାକରେ ସେମାନଙ୍କୁ ଦୌଡ଼ିବାକୁ ପଡ଼ିଥିଲା। ଏହି ପ୍ରତିଯୋଗିତା ଜିତିଥିବା କନ୍ୟାଙ୍କୁ ୭୧ ଲକ୍ଷ ଟଙ୍କାର ଓ୍ବେଡିଙ୍ଗ୍ ପ୍ୟାକେଜ୍ ଦିଆଯାଇଛି। ଏପରି ପ୍ରତିଯୋଗିତା ବ୍ୟାଙ୍କକ୍ରେ ପ୍ରତିବର୍ଷ ଆୟୋଜନ କରାଯାଇଆସୁଛି। ଓ୍ବେଡିଙ୍ଗ୍ ପ୍ୟାକେଜ୍ ଦେଇ ବିବାହକୁ ଆହୁରି ସ୍ମରଣୀୟ କରାଯାଇଛି। ଗତବର୍ଷ ନଭେମ୍ବରରେ ମଧ୍ୟ ଏପରି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏଥିରେ ବିଜୟୀ ହୋଇଥିବା କନ୍ୟାଙ୍କୁ ୪୩ ଲକ୍ଷ ପ୍ରଦାନ କରାଯାଇଥିଲା।
Posted inଫୁରସତ