ନିଆରା ପ୍ରେମ: ସ୍ତ୍ରୀଙ୍କ ଅସ୍ଥି ସହ ୨୭ବର୍ଷ ହେଲା ରହୁଛନ୍ତି ଭୋଳାନାଥ

ଏକ ନିଆରା ପ୍ରେମ କାହାଣୀ। ପ୍ରେମ ଆଉ ଭଲ ପାଇବାର କାହାଣୀ ତ ଆପଣ ବହୁତ ଶୁଣିଥିବେ ଓ ପଢିଥିବେ ନିଶ୍ଚୟ। ତେବେ ସେ ଲୈଲା-ମଜନୁଙ୍କ କାହାଣୀ ହୋଇଥାଉ କି ହୀର-ରାନ୍‌ଝା କିମ୍ବା ସୋନୀ-ମାହିବାଲ କିମ୍ବା ମୁମତାଜ- ଶାହାଜାହାନଙ୍କ ପ୍ରେମ କାହାଣୀ। ଏମାନଙ୍କର ଭଲପାଇବା ଦୁନିଆ ପାଇଁ ପ୍ରେମର ଏକ ମିସାଲ ବନିଥିଲା ଏବଂ ଏମାନଙ୍କର କାହାଣୀ ଆଜି ବି ଯୁବପୀଢିଙ୍କ ହୃଦୟରେ ଜିଇଁ ରହିଛି। କିଛି ଏଭଳି ହିଁ ମିସାଲ ଆଗାମୀ ପୀଢିଙ୍କ ପାଇଁ ସୃଷ୍ଟି କରିଛନ୍ତି ବିହାରର ୮୭ ବର୍ଷୀୟ ଭୋଳାନାଥ। ୨୭ ବର୍ଷ ତଳେ ନିଜ ସ୍ତ୍ରୀ ପଦ୍ମାଙ୍କୁ ହରାଇଥିଲେ। ଏପର୍ଯ୍ୟନ୍ତ ତାଙ୍କ ଅସ୍ଥିକୁ ସାଙ୍ଗରେ ନେଇ ସେ ବୁଲୁଛନ୍ତି। ତାଙ୍କର ଏକ ଶେଷ ଇଚ୍ଛା ମଧ୍ୟ ରହିଛି। ମୃତ୍ୟୁ ପରେ ପଦ୍ମାଙ୍କ ଅସ୍ଥିକୁ ମୋ ଛାତି ଉପରେ ରଖି ସଂସ୍କାର କରାଯିବାକୁ ଭୋଳାନାଥ ନିଜ ପିଲାମାନଙ୍କୁ କହିଛନ୍ତି। ବିବାହ ପରେ ମୁଁ ଆଉ ପଦ୍ମା ଦୁହେଁ ସାରା ଜୀବନ ଏକାଠି ରହିବାର ଶପଥ ନେଇଥିଲୁ। କିନ୍ତୁ ଭଗବାନ ତାଙ୍କୁ ଆଗ ନେଇଗଲେ। ତେଣୁ ସେଦିନଠାରୁ ତାଙ୍କ ଅସ୍ଥି ସହ ସାରା ଜୀବନ କଟାଇବାକୁ ନିଷ୍ପତ୍ତି ନେଇଥିଲି ବୋଲି କୁହନ୍ତି ଭୋଳାନାଥ।

Share