Advertisement

ନିଆରା ବିବାହ: ମାତ୍ର ୧୭ ମିନିଟ୍‌ରେ ଜନ୍ମ ଜନ୍ମାନ୍ତରକୁ ପାଲଟିଲେ ଜୀବନସାଥୀ

ଚଣ୍ଡୀଗଡ଼: ହରିୟାଣାରେ ଏକ ନିଆରା ବିବାହ ଅନୁଷ୍ଠିତ ହୋଇଯାଇଛି। ନା ଏଥିରେ ଥିଲା ବରଯାତ୍ରୀ, ନା ବାଜା ବାଣ ରୋଷଣି। ଘୋଡ଼ା ଗାଡ଼ି ନ ଥିଲା କି ବିବାହ ପାଇଁ ନିମନ୍ତ୍ରଣ କାର୍ଡ ମଧ୍ୟ ଛପା ଯାଇ ନ ଥିଲା। କେବଳ ଗୋଟିଏ ସୂତାରେ ମାତ୍ର ୧୭ ମିନିଟ୍‌ରେ ଏହି ବିବାହ ସମ୍ପନ୍ନ ହୋଇଥିଲା। ଏପରି ବିବାହ ହରିୟାଣାର ଜିନ୍ଦ୍‌ ସହରରେ ଅନୁଷ୍ଠିତ ହୋଇଯାଇଛି। ବର ଏବଂ କନ୍ୟାଙ୍କୁ କେବଳ ଗୋଟିଏ ସୂତା ହିଁ ଜନ୍ମ ଜନ୍ମାନ୍ତର ପାଇଁ ଜୀବନସାଥୀ କରାଇ ଦେଇଛି। ଏହି ବିବାହ ପାଇଁ ଆଗରୁ କୌଣସି ପ୍ରସ୍ତୁତି ନ ଥିଲା।
ହରିନଗର ଅଞ୍ଚଳର ସୁଖଦେବ ଦାସଙ୍କ ଝିଅ ସୁନୀତାଙ୍କ ବିବାହ ଭିକ୍‌ୱାଲା ଗାଁର ମାଷ୍ଟର ମଣିରାମଙ୍କ ପୁଅ ଦୀପକଙ୍କ ସହ ନିରାଡମ୍ବର ଭାବେ ସମ୍ପନ୍ନ ହୋଇଛି। ଆଜିର ପୁଅମାନେ ବିନା ଡିଜେ, ବାଜା, ବାଣ ବରଯାତ୍ରୀରେ ଘରୁ ବାହାରୁ ନ ଥିବାବେଳେ ଦୀପକ ଏପରି ବିବାହ କରି ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ସନ୍ଥ ରାମପାଲ ମହାରାଜଙ୍କ ନିର୍ଦ୍ଦେଶ ଅନୁଯାୟୀ, ଏହି ବିବାହ ମାତ୍ର ୧୭ ମିନିଟ୍‌ ମଧ୍ୟରେ ସମ୍ପନ୍ନ ହୋଇଥିଲା। ଏହି ବିବାହକୁ ନେଇ ଅଞ୍ଚଳରେ ଖୁବ୍‌ ଚର୍ଚ୍ଚା ଚାଲିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share