Categories: ଖେଳ

ନିଆରା ରେକର୍ଡ: ପିତାଙ୍କ ପରେ ପୁଅ ବିପକ୍ଷରେ ଖେଳିବେ କୋହଲି

ଡୋମିନିକା,୧୧।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଜୁଲାଇ ୧୨ରେ ଡୋମିନିକାରେ ଆରମ୍ଭ ହେବ। ଏହି ସିରିଜରେ ସମସ୍ତଙ୍କ ନଜର ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଉପରେ ରହିବ। ପ୍ରଶଂସକମାନେ ତାଙ୍କଠାରୁ ବଡ଼ ଇନିଂସ ଆଶା କରୁଛନ୍ତି। ପ୍ରଥମ ମ୍ୟାଚରେ କୋହଲି ଏକ ନିଆରା ସଫଳତା ହାସଲ କରିପାରିବାର। କୋହଲିଙ୍କୁ ସଚିନ ତେନ୍ଦୁଲକରଙ୍କ ପରେ ଏକ ସ୍ବତନ୍ତ୍ର କ୍ଲବରେ ଯୋଗଦେବାର ସୁଯୋଗ ରହିଛି।
କୋହଲି ଏଥର ବିଦେଶୀ ମାଟିରେ ପିତା-ପୁତ୍ର ଯୋଡିଙ୍କୁ ସାମ୍ନା କରିବାର ଏକ ନିଆରା ରେକର୍ଡ କରିପାରିବେ। ତେନ୍ଦୁଲକର ଏହା କରିସାରିଛନ୍ତି। ୩୪ ବର୍ଷୀୟ କୋହଲି ୨୦୧୧ୱେଷ୍ଟଇଣ୍ଡିଜ ଗସ୍ତରେ କିମ୍ବଦନ୍ତୀ ଶିବନାରିନ ଚନ୍ଦ୍ରପଲଙ୍କ ବିପକ୍ଷରେ ଖେଳିଥିଲେ। ଏବେ ବିରାଟ ଏହି ସିରିଜରେ ଚନ୍ଦ୍ରପାଲଙ୍କ ପୁଅକୁ ସାମ୍ନା କରିପାରନ୍ତି । ତେଜନାରାୟଣ ଚନ୍ଦ୍ରପଲ ୱେଷ୍ଟଇଣ୍ଡିଜ ଦଳରେ ସ୍ଥାନ ପାଇଛନ୍ତି ଏବଂ ପ୍ରଥମ ଟେଷ୍ଟରେ ଖେଳିବାର ସମ୍ଭାବନା ରହିଛି।
ଭାରତର ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଅଷ୍ଟ୍ରେଲିଆରେ ଜିଓ ମାର୍ଶ ଏବଂ ତାଙ୍କ ପୁଅ ଶ ନ ମାର୍ଶଙ୍କ ବିପକ୍ଷରେ ଖେଲିଛନ୍ତି। ୧୯୯୨ରେ ଅଷ୍ଟ୍ରେଲିଆ ଗସ୍ତରେ ତେନ୍ଦୁଲକର ଜିଓ ମାର୍ଶଙ୍କ ବିପକ୍ଷରେ ଖେଳିଥିଲେ। ସଚିନ ୨୦୧୦-୧୧ରେ ଅଷ୍ଟ୍ରେଲିଆରେ ତାଙ୍କ ପୁଅ ଶନ ମାର୍ଶଙ୍କ ବିପକ୍ଷରେ ଖେଳିଥିଲେ।

Share