ସରକାରୀ ସୁବିଧାରୁ ବଁଚିତ୍‌ ସଂଯୁକ୍ତା

ବିନିକା, ୭।୨ (ଡି.ଏନ୍‌.ଏ.)- ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ବାଙ୍କିଘିର୍ଡ଼ି ଗଁାର ଗୋବିନ୍ଦ ଚାଉଁରକଁର ଝି’ ସଂଯୁକ୍ତା ଜାଲ(୪୦)। ଆଏଜ୍‌କେ ୨୨ ବଛର ତଲେ ସେ ଡୁଙ୍ଗୁରିପାଲି ବ୍ଲକ ରାମପୁରରେ ବିହା ହେଇଥିଲେ। ବଛର କେତେଟା ଉତାରୁ ପୁଓ ସିକନ୍ଦର ଜନମ୍‌ ହେଇଥିଲେ। ହେଲେ ସେ ଜନମ୍‌ ଦିନୁ ଦିବ୍ୟାଙ୍ଗ ଥିଲେ। ଇ ଘଟନାକେ ନେଇ ମାଏଝି ମୁନୁଷ ଭିତରେ ଅନେକ ସମିଆରେ ଗାଲିଝଗଡ଼, ମାଡ଼ପିଟ ହେଉଥିଲା। ଶେଷେ ସଂଯୁକ୍ତା ପୁଓକେ ଧରି ଜୀବନ୍‌ ବିକଲରେ ବାପ୍‌ ଘର ବାଙ୍କିଘିର୍ଡ଼ିକେ ପଲେଇ ଆଏଲେ। ଗଁାରେ ପରହର କାମ୍‌ବୁତା କରି ପୁଓକେ ପାଲପୋଷ ସଂଗେ ପାଠ୍‌ ପଢ଼ାଲେ। ନିଏ ଆଶ୍‌ରେ ସଂଯୁକ୍ତା ଆପ୍‌ନେର ନଁାରେ ରାମପୁର ଥାନାରେ ତା.୧୫ା୧୦ା୨୦୧୫ରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ସେବେଲର ରାମପୁର ଥାନା ଅଧ୍‌କାରୀ ଇଟା ଗୁଟେ ପାରିବାରିକ୍‌ ମାମଲା ଆଏ। ସେଥିରଲାଗି ଘଟନାଟା ପହେଲା ମହିଲା ଓ ଶିଶୁ ଡେକ୍ସରେ ବିଚାର, ମିଲାମିଶାର ଲାଗି ଚେଷ୍‌ଟା କରାଯିବା ବଲି କହିଥିଲେ। ହେଲେ ସଂଯୁକ୍ତା ଆଏଜ୍‌ତକ ନିଏ ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ଇ ଭିତରେ ଗୁଟେବଲି ପୁଓ ସିକନ୍ଦର(୧୭) ବି ଆରପାରକେ ଚାଲିଯାଇଛନ୍‌। ଇଆଡ଼େ ସଂଯୁକ୍ତାକଁର ୩ ଭାଇ ବିହାଚୁରା ହେଇ ଯେ ଯାହାର କୁଟୁମ ଧରି କମେଇ ଖାଏବାର ଲାଗି ଉନିଅଁାଅଡ଼େ ରହୁଛନ୍‌। ଏହେଦେ ସଂଯୁକ୍ତାକଁର ଉପରେ ବୁରୁଧ୍‌ ମା’ବାପ୍‌ର ବୋଝ୍‌ ବି ରହିଛେ। ସଂଯୁକ୍ତା ଝନେ ନିସାହା ମହିଲା ହେଇଥିଲେ ବି ଆଏଜ୍‌ତକ ସେ ରାଶନ କାର୍ଡ, ଭତା ପାଏବାରୁ ବଁଚିତ୍‌ ହେଇ ରହିଥିବାର କହିଛନ୍‌। ଇଆଡ଼େ ରାଏଜ୍‌ ସରକାର ନିସାହା, ବିଧବା, ଛାର୍‌ରି ମହିଲାମାନକୁ ଭତା ଆର ଉନିଅଁା ସବୁ ସରକାରୀ ସୁବିଧା ଯୁଗେଇ ଦେଉଥିଲାବେଲେ ସଂଯୁକ୍ତା ଇ ସବୁରୁ ବାଦ୍‌ ପଡ଼ିଛନ୍‌। ଇ ବାବ୍‌ଦେ ବିନିକା ବିଡିଓ ବିଶ୍ୱରଞ୍ଜନ ମଲ୍ଲିକକୁଁ ପଚ୍‌ରାଲାରୁ ଯେତେ ଜଲ୍‌ଦି ହେବା ସଂଯୁକ୍ତାକୁଁ ଭତା ଆର ରାଶନ କାର୍ଡ ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି ସେ କହିଥିଲେ।

Share