Categories: ଫୁରସତ

ନିଓନାଟାଲ ପ୍ରୋଜେରୋଇଡ୍‌ ସିଣ୍ଡ୍ରୋମ୍‌

ନିଓନାଟାଲ ପ୍ରୋଜେରୋଇଡ୍‌ ସିଣ୍ଡ୍ରୋମ୍‌ ହେଉଛି ଏକ ଅତି ବିରଳତମ ଜେନେଟିକ୍‌ ସିଣ୍ଡ୍ରୋମ୍‌। ଏହା ଯାହା ଠାରେ ଦେଖାଯାଏ ତାହା ଭିତରର ଭୋକକୁ ପ୍ରବଳ ଭାବରେ ବଢ଼େଇ ଦେଇଥାଏ। ସେତିକିନୁହେଁ, ଏହା ଶରୀରକୁ କ୍ଷୀଣରୁ କ୍ଷୀଣତର କରି ଚାଲିଥାଏ। ସେମିତି ଜଣେ ଯୁବତୀ ହେଉଛନ୍ତି ଲିଜି ଭେଲସ୍‌କ୍ବେଜ୍‌। ସେ ଏହି ସିଣ୍ଡ୍ରୋମ୍‌ରେ ପୀଡ଼ିତ। ଲିଜି ପ୍ରତି ପନ୍ଦର ମିନିଟ୍‌ରେ ଥରେ ଖାଇଥାନ୍ତି। ତାଙ୍କ ଭିତରେ ଏତେ ପରିମାଣରେ ଭୋକ ବଢ଼ିଯାଏ ଯେ ସେ ନିଜକୁ ସମ୍ଭାଳି ପାରନ୍ତି ନାହିଁ। ଏଭଳି ଭାବରେ ପ୍ରଚୁର ଖାଦ୍ୟ ଖାଉଥିଲେ ମଧ୍ୟ ସେ ଖୁବ୍‌ ପତଳା। ତାଙ୍କୁ ଦେଖି କେହି ବିଶ୍ୱାସ କରିବନାହିଁ ଏହି ଯୁବତୀ ଜଣକ ପ୍ରତି ପନ୍ଦରମିନିଟ୍‌ରେ ଥରେ ଖାଉଛନ୍ତି। ତାଙ୍କ ଶରୀରରେ ଆଦୌ ଚର୍ବି ନାହିଁ। ସେ ଦିନକୁ ୬୦ଥର ଖାଇଥାନ୍ତି ବୋଲି ତାଙ୍କ ପରିବାର ପକ୍ଷରୁ କୁହାଯାଇଛି। ଡାକ୍ତରମାନେ ସଫାସଫା ଜଣେଇ ଦେଇଛନ୍ତି ଯେ, ଲିଜି ନିଓନାଟାଲ ପ୍ରୋଜେରୋଇଡ୍‌ ସିଣ୍ଡ୍ରୋମ୍‌ରେ ପୀଡ଼ିତ। ଏହା ଏକ ବିରଳ ଅବସ୍ଥା। ନ ହେଲେ ଜଣେ ସାଧାରଣ ମଣିଷ କ୍ଷେତ୍ରରେ ଦିନକୁ ୫୦୦୦ରୁ ୮୦୦୦ କ୍ୟାଲୋରିର ଖାଦ୍ୟ ଗ୍ରହଣ କରିବା ଆଦୌ ସହଜ କଥା ନୁହେଁ।

Share