ନିକଟରେ ଲକ୍‌ଡାଉନ ପାଇଁ ନାହିଁ କୌଣସି ଯୋଜନା: କେଜରିଓ୍ବାଲ

ନୂଆଦିଲ୍ଲୀ,୧୫।୬: ରାଜଧାନୀ ଦିଲ୍ଲୀରେ ବେଳକୁ ବେଳ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏହାକୁ ନେଇ ଅନେକ କଥା ଶୁଣିବାକୁ ମିଳୁଛି। ଅନୁମାନ କରାଯାଉଥିଲା କି କରୋନା ସଂକ୍ରମଣକୁ ଦେଖି ସରକାର ପୁଣିଥରେ ଦିଲ୍ଲୀରେ ଲକ୍‌ଡାଉନ ଘୋଷଣା କରି ପାରନ୍ତି। ହେଲେ ସୋମବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସ୍ପଷ୍ଟ କରିଛନ୍ତି ଯେ ଦିଲ୍ଲୀରେ ନିକଟ ଭବିଷ୍ୟତରେ ଲକ୍‌ଡାଉନ ଲାଗୁ କରିବାକୁ କୌଣସି ଯୋଜନା ନାହିଁ। ଟୁଇଟ୍‌ କରି ସେ ଏହି ସୂଚନା ଦେଇଛନ୍ତି। ତେବେ କରୋନା ସଂକ୍ରମଣକୁ ଦେଖି ସୋମବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ୱରେ କରାଯାଇଥିବା ସର୍ବଦଳୀୟ ବୈଠକରେ ଆମ ଆଦମୀ ପାର୍ଟି(ଏଏପି)ର ଏମ୍‌ପି ସଞ୍ଜୟ ସିଂ ଯୋଗ ଦେଇଥିଲେ। ଏଥିରେ ଦିଲ୍ଲୀରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ହସ୍ପିଟାଲରେ ବେଡ୍‌ ସଂଖ୍ୟା ବୃଦ୍ଧି କରାଯିବାକୁ ନେଇ ଆଲୋଚନା କରାଯାଇଛି। କେନ୍ଦ୍ର ସରକାର ଏଥିରେ ସହଯୋଗ କରିବେ ବୋଲି କହିଛନ୍ତି।

Share