ପୋର୍ଟବ୍ଲେୟାର,୧୮।୫: ନିକୋବର ଏବଂ ଉତ୍ତରାଖଣ୍ଡରେ ଭୂକମ୍ପ ଅନୁଭୁତ ହୋଇଛି। ନିକୋବରରେ ଶୁକ୍ରବାର ବିଳମ୍ବିତ ରାତି ୧୧ଟା ୫୯ରେ ପ୍ରଥମେ ଭୂକମ୍ପ ହାଇଥିବାବେଳେ ଏହାପରେ ପୁଣି ୧୨ଟା ୩୫ରେ ହୋଇଥିଲା। ପ୍ରଥମ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୫ ଥିବାବେଳେ ଦ୍ୱିତୀୟ ଥର ଏହା ୪.୯ ଥିଲା। ସେହିପରି ରାତି ୧ଟା ୮ର ଉତ୍ତରାଖଣ୍ଡରେ ଭୂକମ୍ପ ଅନୁଭୁତ ହୋଇଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୮ ଥିଲା ବୋଲି ଭାରତୀୟ ଭୂବିଜ୍ଞାନ ସଂସ୍ଥା ପକ୍ଷରୁ କୁହାଯାଇଛି। ଭୂକମ୍ପ ହେବାରୁ ଘରେ ଥିବା ଲୋକେ ଭୟରେ ବାହାରକୁ ପଳାଇ ଆସିଥିଲେ। ପୁଣି ଭୂକମ୍ପ ହେବାର ଆଶଙ୍କା କରି ରାତିରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା।