ନିକ୍‌ଙ୍କୁ ଗୋବିନ୍ଦାଙ୍କ ସହ ତୁଳନା କଲେ ଭାରତୀୟ ପ୍ରଶଂସକ, ଫଟୋ ଭାଇରାଲ

ମୁମ୍ବାଇ: ବଲିଉଡ୍‌ ତଥା ହଲିଉଡ୍‌ ସିନେମା ଜଗତରେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ପିସି ଓରଫ ପ୍ରିୟଙ୍କା ଚୋପ୍ରାଙ୍କୁ ବିବାହ କରିବା ପରେ ନିକ୍‌ ଜୋନାସ ଅଧିକ ଚର୍ଚ୍ଚାରେ। ଆମେରିକୀୟ ଗାୟକ ଭାବେ ସେ ପୂର୍ବରୁ ଜଣାଶୁଣା ଥିବା ବେଳେ ଏବେ କିନ୍ତୁ ଭାରତର ଜ୍ୱାଇଁ ଭାବେ ଅନେକେ ତାଙ୍କୁ ପରିଗଣିତ କରୁଛନ୍ତି। ଅନେକ ସମୟରେ କିଛି ନା କିଛି ପ୍ରସଙ୍ଗରେ ତାଙ୍କୁ ଆଗକୁ ଆଣୁଛନ୍ତି ଭାରତୀୟ ପ୍ରଶଂସକ। ଏବେ ଏଭଳି କିଛି ଘଟିଛି। ନିକ୍‌ ତାଙ୍କ ଇନ୍‌ଷ୍ଟା ଆକାଉଣ୍ଟରେ ଏକ ମେମେ ଶେୟାର କରିଛନ୍ତି। ସେଥିରେ ଗୋବିନ୍ଦାଙ୍କ ସହ ତାଙ୍କୁ ତୁଳନା କରାଯାଇଛି। ନିକଟରେ ନିକ୍‌ ଏକ ସଂଗୀତ ଭିଡିଓ କରିଛନ୍ତି। ଫଟୋଟି ସେହି ଭିଡିଓର। ସେହିଭଳି ଗୋବିନ୍ଦାଙ୍କ ଏକ ଫିଲ୍ମର ଫଟୋକୁ ଅଣାଯାଇ ତାଙ୍କ ସହ ତୁଳନା କରାଯାଇଛି। ନିକ୍‌ ଫଟୋଟିକୁ ଶେୟାର କରିବା ସମୟରେ ଆକ୍ୟୁରେଟ୍‌(ପୂରା ସମାନ) ବୋଲି ଲେଖିଛନ୍ତି। ଫଟୋଟି ଏବେ ଭାଇରାଲ ହେବାରେ ଲାଗିଛି।

Share