ନିକ୍‌ଙ୍କ ବଲିଉଡ୍‌ ପ୍ରେମ

ଷ୍ଟାର୍‌ ଯିଏ ବଲିଉଡ୍‌ ଫିଲ୍ମ, ଗୀତ ଆଉ ଆକ୍ଟ୍ରେସଙ୍କ ପ୍ରେମରେ ପଡ଼ିଛନ୍ତି ଆଉ ବିବାହ ମଧ୍ୟ କରିଛନ୍ତି। ଆମେ କହୁଛୁ ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ସ୍ବାମୀ ନିକ୍‌ ଜୋନସ୍‌ଙ୍କ କଥା। ବଲିଉଡ୍‌ ଗୀତର ଜଣେ ବଡ଼ ଫ୍ୟାନ୍‌ ହେଉଛନ୍ତି ନିକ୍‌ ଜୋନସ୍‌। କିଛିଦିନ ପୂର୍ବରୁ ପ୍ରିୟଙ୍କା ଏକ ସାକ୍ଷାତ୍‌କାରରେ ନିକ୍‌ଙ୍କ ବଲିଉଡ୍‌ ଗୀତ ପ୍ରତି ଥିବା ଦୁର୍ବଳତା ବିଷୟ ଖୁଲାସା କରିଥିଲେ। କିନ୍ତୁ ଏବେ ତା’ର ସିଧାସଳଖ ପ୍ରମାଣ ଦେଖିବାକୁ ମିଳିଛି। ନିକ୍‌ ନିଜ ଅଫିସିଆଲ ଇନ୍‌ଷ୍ଟାଗ୍ରାମରେ ନିଜର ବଲିଉଡ୍‌ କ୍ରେଜ୍‌ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ସେ ଆୟୁଷ୍ମାନ୍‌ ଖୁରାନାଙ୍କ ସୁପରହିଟ୍‌ ଗୀତ ‘ମୋର୍‌ନୀ ବନକେ’ରେ ଝୁମୁଥିବା ଦେଖିବାକୁ ମିଳିଛି। ଶୋ ଆରମ୍ଭ ହେବା ପୂର୍ବରୁ ନିକ୍‌ ରିଲାକ୍ସ ହେବାକୁ ଏଭଳି ବଲିଉଡ୍‌ ଗୀତରେ ଝୁମିଥାନ୍ତି ବୋଲି ପ୍ରିୟଙ୍କା ମଧ୍ୟ କହିଥିଲେ। ଏବେ ନିକ୍‌ଙ୍କ ବଲିଉଡ୍‌ ପ୍ରେମର ପ୍ରମାଣ ମିିିଳିଛି। ନିକ୍‌ ନିଜ ଭାଇମାନଙ୍କ ସହ ‘ହାପିନେସ୍‌ ଟୁର୍‌’ କରୁଛନ୍ତି। ପ୍ରାୟ ୬ବର୍ଷ ପରେ ପୁଣି ମ୍ୟୁଜିକ୍‌ ବ୍ୟାଣ୍ଡ୍‌ ଆରମ୍ଭ କରିଥିବା ‘ଜୋନସ୍‌ ବ୍ରଦର୍ସ’ଙ୍କ ଏହି ଟୁର୍‌ ଆସନ୍ତା ବର୍ଷ ପ୍ୟାରିସ୍‌ଠାରେ ଶେଷ ହେବ।

Share