ନିକ୍‌ଙ୍କ ବୟସ କମାଇ ଟ୍ରୋଲ୍‌ ହେଲେ ପ୍ରିୟଙ୍କା

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସ୍ବାମୀ ନିକ୍‌ ଜୋନାସ୍‌ଙ୍କ ବୟସ କମ୍‌ ଲେଖି ଟ୍ରୋଲ୍‌ ହୋଇଛନ୍ତି। ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରି ନିକ୍‌ ଟକିଲା ବ୍ରାଣ୍ଡ୍‌ ଭିଲା ଲଞ୍ଚ୍‌ କରିଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରିୟଙ୍କା। ଫଟୋଟି ଶେୟାର କରି ୨୭ ବର୍ଷରେ ତୁମେ ଟକିଲାର ମାଲିକ ହୋଇଯାଇଛ। ତୁମ ପାଇଁ ମୁଁ ଗର୍ବିତ ବୋଲି ସେ ଲେଖିଛନ୍ତି। ଏହା ପରେ ୟୁଜରମାନେ ପ୍ରିୟଙ୍କାଙ୍କୁ ଟ୍ରୋଲ୍‌ କରିବାରେ ଲାଗିଛନ୍ତି।

ଜଣେ ୟୁଜର ଲେଖିଛନ୍ତି ନିକ୍‌ଙ୍କୁ ୨୬ ବର୍ଷ। ତୁମେ ତୁମ ସ୍ବାମୀଙ୍କ ଠିକ୍‌ ବୟସ ଜାଣିପାରୁନା। ଆଉ ଜଣେ ୟୁଜର ଲେଖିଛନ୍ତି, ତୁମ ବୟସ କମାଇବାକୁ ଯାଇ ସ୍ବାମୀଙ୍କ ବୟସ ବି କମାଇ ଦେଉଛ। ନିକ୍‌ ୧୬ ସେପ୍ଟେମ୍ବର ୧୯୯୨ରେ ଜନ୍ମ ହୋଇଛନ୍ତି। ଅର୍ଥାତ୍‌ ତାଙ୍କୁ ବର୍ତ୍ତମାନ ୨୬ ବର୍ଷ। କିଛିଦିନ ପରେ ନିକ୍‌ ୨୭ତମ ଜନ୍ମଦିବସ ପାଳନ କରିବେ। ୩୭ ବର୍ଷୀୟା ପ୍ରିୟଙ୍କା ଡିସେମ୍ବର ୨୦୧୮ରେ ନିକ୍‌ଙ୍କୁ ବିବାହ କରିଥିଲେ। ସ୍ବାମୀ ନିକ୍‌ଙ୍କଠାରୁ ପ୍ରିୟଙ୍କା ୧୦ ବର୍ଷ ବଡ଼।

Share