ନିକ୍‌ଙ୍କ ସହ କେବେବି ଗୀତ ଗାଇବାକୁ ଚାହାଁନ୍ତି ନାହିଁ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ନିଜ ଅଭିନୟକୁ ନେଇ ବେଶ୍‌ ଚର୍ଚ୍ଚିତ। କେବଳ ଅଭିନୟ ନୁହେଁ ସେ ଫିଲ୍ମରେ କେତୋଟି ଗୀତ ମଧ୍ୟ ଗାଇଛନ୍ତି। ଯାହା ଶ୍ରୋତା ତଥା ଦର୍ଶକଙ୍କୁ ପସନ୍ଦ ଆସିଛି। ଏବେ ତାଙ୍କ ପ୍ରଶଂସକମାନେ ଅପେକ୍ଷା ରଖିଛନ୍ତି କେବେ ପ୍ରିୟଙ୍କା ତାଙ୍କ ସ୍ବାମୀ ତଥା ଅନ୍ତର୍ଜତୀୟ ଗାୟକ ନିକ୍‌ ଜୋନସଙ୍କ ସହ ଗୀତ ଗାଇବେ। ହେଲେ ନିକଟରେ ଏକ ଚାଟ୍‌ ଶୋ’ରେ ପ୍ରିୟଙ୍କା କହିଛନ୍ତି ସେ କେବେବି ନିକ୍‌ଙ୍କ ସହ ଗୀତ ଗାଇବାର ଭୁଲ୍‌ କରିବେନି। କାରଣ ନିକ୍‌ ଗୀତ ଲେଖିବା, ମ୍ୟୁଜିକ୍‌ କମ୍ପୋଜ୍‌ କରିବା ଓ ଗାଇବାରେ ଜଣେ ଓସ୍ତାଦ କଳାକାର। ମୋତେ ଗୀତ ଭଲଲାଗେ ବାସ୍‌। କିନ୍ତୁ ନିକ୍‌ଙ୍କର ସଙ୍ଗୀତକୁ ନେଇ ଯେତିକି ଜ୍ଞାନ ଅଛି ସେପର୍ଯ୍ୟନ୍ତ ମୁଁ ପହଞ୍ଚି ପାରିବି ନାହିଁ ବୋଲି ପ୍ରିୟଙ୍କା କହିଛନ୍ତି। ପ୍ରିୟଙ୍କାଙ୍କ ଏହି କଥା ଶୁଣିବା ପରେ ତାଙ୍କର ପ୍ରଶଂସକମାନେ ନିରାଶ ହୋଇଛନ୍ତି।

Share