ନିକ୍‌ଙ୍କ ସହ ଘୋଡ଼ା ଚଢ଼ି ବୁଲିଲେ ପ୍ରିୟଙ୍କା, ଫଟୋ ଭାଇରାଲ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସ୍ବାମୀ ନିକ୍‌ ଜୋନାସ୍‌ଙ୍କ ସହ ସପ୍ତାହ ଶେଷରେ ଖୁବ୍‌ ଏନ୍‌ଜୟ କରୁଥିବା ଦେଖିବାକୁ ମିଳିଛି। ଏହି ସମୟର କିଛି ଫଟୋ ନିକ୍‌ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏଥିରେ ପ୍ରିୟଙ୍କା ଏବଂ ନିକ୍‌ ଘୋଡ଼ା ଚଢୁଥିବା ନଜର ଆସିଛନ୍ତି। ଫଟୋଗ୍ରାଫ୍‌ଟି କାଲିଫର୍ନିଆର କାର୍ପିନେରିଆରୁ ଆସିଥିବା ଜଣାପଡ଼ିଛି। ଫଟୋ ଶେୟାର କରି ନିକ୍‌ କ୍ୟାପ୍‌ଶନ ଲେଖିବାକୁ ଆଦୌ ଭୁଲି ନାହାନ୍ତି।

ଏଥିରେ ସେ ଲେଖିଛନ୍ତି ‘ସନ୍‌ ଡେ’। ନିକ୍‌ ଫ୍ୟାନ୍‌ମାନଙ୍କୁ ଜଣାଇଛନ୍ତି, ଦୁଇଜଣ ମିଶି ରବିବାର ଛୁଟି ମନାଉଛନ୍ତି। ସମୁଦ୍ରକୂଳ ଏବଂ ଜଙ୍ଗଲ ଥିବା ସ୍ଥାନରେ ନିକ୍‌- ପ୍ରିୟଙ୍କାଙ୍କ ଘୋଡ଼ା ଚଢ଼ା ଦୃଶ୍ୟ ପ୍ରଶଂସକଙ୍କୁ ବେଶ୍‌ ଆକୃଷ୍ଟ କରିଛି।

Share