Categories: ଖେଳ

ନିକ୍‌ କିର୍ଗିଓସ୍‌ ୧୬ ସପ୍ତାହ ବାସନ୍ଦ

ପ୍ୟାରିସ, ୨୬।୯ (ଏଏଫ୍‌ପି)- ଦି ଆସୋସିଏଶନ ଅଫ୍‌ ଟେନିସ ପ୍ରଫେଶନାଲ (ଏଟିପି) ଅଷ୍ଟ୍ରେଲୀୟ ଷ୍ଟାର୍‌ ଖେଳାଳି ନିକ୍‌ କିର୍ଗିଓସ୍‌ଙ୍କୁ ୧୬ ସପ୍ତାହ ଲାଗି ବାସନ୍ଦ କରିଛି। ଗତ ଏକବର୍ଷ ହେବ କୋଟ୍‌ରେ ‘ଉତ୍ତେଜକ ବ୍ୟବହାର’ ଲାଗି ଏଟିପି ଗୁରୁବାର କିର୍ଗିଓସ୍‌ଙ୍କ ଉପରେ ଏହି ବାସନ୍ଦାଦେଶ ଲଗାଇବା ସହ ତାଙ୍କୁ ଆଗାମୀ ୬ ମାସ ପର୍ଯ୍ୟନ୍ତ ପର୍ଯ୍ୟବେକ୍ଷଣରେ ରଖିଛି। ‘୬ ମାସ ଅବଧି ସମୟ ପର୍ଯ୍ୟନ୍ତ ପର୍ଯ୍ୟବେକ୍ଷଣରେ ରହିବା ପରେ ବାସନ୍ଦାଦେଶ ଉଠିଯିବ’ ବୋଲି ଏଟିପି ପକ୍ଷରୁ ଏହି ଅବସରରେ କୁହାଯାଇଛି। ଏଥିସହିତ ତାଙ୍କ ଉପରେ ୨୫ ହଜାର ଆମେରିକୀୟ ଡଲାର ଅର୍ଥଦଣ୍ଡ ମଧ୍ୟ ଲଗାଯାଇଛି। ଗତ ମାସରେ ଅନୁଷ୍ଠିତ ସିନ୍‌ସିନାଟି ମାଷ୍ଟର୍ସର ପୁରୁଷ ସିଙ୍ଗଲ୍ସ ୨ୟ ରାଉଣ୍ଡ ମୁକାବିଲାରେ କିର୍ଗିଓସ୍‌ ୨ଥର ର଼୍ୟାକେଟ୍‌ ବାଡେଇ ଭାଙ୍ଗିବା ସହ ଅମ୍ପାୟରଙ୍କ ସହ ଯୁକ୍ତିତର୍କ କରିଥିଲେ। ଫଳରେ ଟୁର୍‌ ଆୟୋଜକ ଏହାକୁ ନଇ ତଦନ୍ତ ଆରମ୍ଭ କରିଥିଲେ। ଅପିଲ୍‌ ପାଇଁ ୨୪ ବର୍ଷୀୟ ନିକ୍‌ଙ୍କ ନିକଟରେ ୫ ଦିନ ସମୟ ରହିଛି।

Share