Categories: ଜାତୀୟ

‘ନିଖୋଜ ଏମ୍‌ପିଙ୍କୁ ପ୍ରଶ୍ନ’ ପୋଷ୍ଟର ଭାଇରାଲ: ପ୍ରତିକ୍ରିୟା ରଖିଲେ ସ୍ମୃତି

ଆମେଠି,୨।୬: ଉତ୍ତରପ୍ରଦେଶର ଆମେଠିରେ ଲକ୍‌ଡାଉନ ୫.୦ ଆରମ୍ଭ ହେବା ପରେ ସାଧାରଣ ଜୀବନଯାତ୍ରା ଧିରେ ଧିରେ ସ୍ବାଭାବିକ ହେବାରେ ଲାଗିଛି। ଏହାରି ଭିତରେ ବି ରାଜନୀତି ଜୋର ଧରିଥିବା ଦେଖାଯାଇଛି। ଆମେଠିର ଜନତାଙ୍କ ପକ୍ଷରୁ ହିନ୍ଦୀରେ ‘ଲାପତା ସାଂସଦ ସେ ସଓ୍ବାଲ’ ଲେଖାଥିବା ଏକ ପୋଷ୍ଟର ଏବେ ଭାଇରାଲ ହେବାରେ ଲାଗିଛି। ଏଥିରେ ଆମେଠିର ଏମ୍‌ପି ସ୍ମୃତି ଇରାନୀଙ୍କୁ କିଛି ପ୍ରଶ୍ନ କରାଯାଇଥିବା ଦେଖାଯାଇଛି। ଏହାକୁ ପରେ ମହିଳା କଂଗ୍ରେସ ପକ୍ଷରୁ ରିଟୁଇଟ୍‌ କରାଯାଇଛି। ଏଥିରେ ଲେଖାଯାଇଛି ଆମେଠି ଏବେ ଖୋଜୁଛି ତା’ର ନିଖୋଜ ଏପ୍‌ପିଙ୍କୁ। ଆଉ ଏହାର କଡା ଜବାବ ଦେଇଛନ୍ତି ସ୍ମୃତି। ସେ ଲେଖିଛନ୍ତି ଆପଣମାନେ ମୋତେ ଏତେ ଭଲପାଆନ୍ତି ସତରେ ସେକଥା ମୁଁ ଆଦୌ ଜାଣି ନ ଥିଲି। ଅବଶ୍ୟ ମୋ ପାଖରେ ସମସ୍ତ ହିସାବ ରହିଛି ବୋଲି ସ୍ମୃତି କହିଛନ୍ତି। ହେଲେ ସୋନିଆ ଗାନ୍ଧୀ କେତେଥର ତାଙ୍କ ନିର୍ବାଚନ ମଣ୍ଡଳି ଗସ୍ତ କରିଛନ୍ତି ବୋଲି ସ୍ମୃତି ଓଲଟା ପ୍ରଶ୍ନ କରିଛନ୍ତି।

Share