ନିଖୋଜ ନାବାଳିକାଙ୍କ ମୃତଦେହ ଉଦ୍ଧାର

ରାୟଗଡା ଅଫିସ, ୨୪।୧୨: ରାୟଗଡା ଜିଲା ଚନ୍ଦ୍ରପୁର ଗ୍ରାମରେ ଗତ ଶନିବାରଠାରୁ ନିଖୋଜ ଥିବା ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଚନ୍ଦ୍ରପୁର ଗ୍ରାମ ନିକଟସ୍ଥ ଚିଚିପଙ୍ଗା ଗ୍ରାମ ନିକଟସ୍ଥ ଜଙ୍ଗଲରୁ ମଙ୍ଗଳବାର ସକାଳୁ ନାବାଳିକାର ଅର୍ଦ୍ଧନଗ୍ନ ଅବସ୍ଥାରେ ମୃତଦେହ ପୋଲିସ ଉଦ୍ଧାର କରିଛି। ଏହି ଘଟଣାକୁ ନେଇ ଚନ୍ଦ୍ରପୁରରେ ଉତ୍ତେଜନା ଦେଖାଦେଇଥିବାବେଳେ ଗ୍ରାମବାସୀମାନେ ସ୍ଥାନୀୟ ଆଦର୍ଶ ବିଦ୍ୟାଳୟ ନିକଟରେ ରାସ୍ତାରୋକୋ କରିଥିଲେ। ରାୟଗଡାରୁ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ପହଞ୍ଚିବା ପରେ ଜଙ୍ଗଲ ନିକଟରେ ଖୋଜାଖୋଜି କରିବା ପରେ ମୃତଦେହ ଠାବ ହୋଇଛି। ତେବେ କେଉଁ କାରଣ ପାଇଁ ନାବାଳିକାଙ୍କ ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ହୋଇପାରିନାହିଁ।

Share