ନିଖୋଜ ନାବାଳିକା ଛତିଶଗଡ଼ରୁ ଉଦ୍ଧାର, ଅଭିଯୁକ୍ତ ଗିରଫ

ଏମ୍‌ଭି ୭୯,୯ା୩(ଡି.ଏନ.ଏ.): ମାଲକାନଗିରି ଜିଲା ପଡ଼ିଆ ବ୍ଲକ୍‌ ଶିମିଳିବାଞ୍ଛା ପଞ୍ଚାୟତ ଏମ୍‌ପିଭି ୬୮ ଗ୍ରାମରୁ ନିଖୋଜ ନାବାଳିକାଙ୍କୁ ପୋଲିସ ସୋମବାର ଛତିଶଗଡ଼ରୁ ଉଦ୍ଧାର କରିଛି। ଝିଅ ନିଖୋଜ ଥିବା ନେଇ ରବିବାର ବାପା ଏମ୍‌ଭି ୭୯ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତିକରି କେସ୍‌ ନଂ. ୧୯/୨୦ ରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଥିଲା। ଗ୍ରାମର ରାକେଶ ଦାସ(୨୬) ନାବାଳିକାଙ୍କୁ ନେଇ ଛତିଶଗଡ଼ ଚାଲିଯାଇଥିବା ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ତାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଉଦ୍ଧାର ନାବାଳିକାଙ୍କ ବୟାନ ରେକର୍ଡ କରାଯାଇଥିବାବେଳେ ରାକେଶଙ୍କ ଡାକ୍ତରୀ ମାଇନା ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଏମ୍‌ଭି ୭୯ ଥାନା ଆଇଆଇସି ହରିଶ୍ଚନ୍ଦ୍ର ଗୋଲରୀ କହିଛନ୍ତି।