Categories: କନ୍ଧମାଳ

ନିଖୋଜ ନାବାଳିକା ୭ ଦିନ ପରେ ଉଦ୍ଧାର

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗଁ।,୨୮।୭ (ଡି.ଏନ.ଏ.): ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗଁ। ଥାନା ମାର୍ଦ୍ଦିପଙ୍କା ଅଞ୍ଚଳରୁ ନିଖୋଜ ନାବାଳିକାଙ୍କୁ ୭ଦିନ ପରେ ବ୍ରାହ୍ମଣୀଗାଁ ପୋଲିସ ଶନିବାର ଦାରିଙ୍ଗବାଡ଼ି ଚାରିଛକରୁ ଉଦ୍ଧାର କରିଛି । ଫୁଲବାଣୀ ଜିଲା ସ୍ବାସ୍ଥ୍ୟକେନ୍ଦକ୍ରରେ ଚିକିତ୍ସା ପରେ ତାଙ୍କୁ ସିଡବ୍ଳୁସିଙ୍କୁ ହସ୍ତାନ୍ତର କରାଯାଇଥିବା ବ୍ରାହ୍ମଣୀଗଁା ଏସ୍‌ଆଇ ସଂଗ୍ରାମ କେଶରୀ ଜେନା ସୂଚନା ଦେଇଛନ୍ତି। ରବିବାର ନାବାଳିକା କୌଣସି କାରଣରୁ ଘରଛାଡ଼ି ପଳାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ବୋଲି ସେ କହିଥିଲେ। ଶନିବାର ସକାଳୁ ପରିବାର ଲୋକ ବ୍ରାହ୍ମଣୀଗଁା
ଥାନାରେ ଅଭିଯୋଗ କରିଥିଲେ। ନଂ.୪୯/୧୯ରେ ମାମଲା ରୁଜୁ କରି
ପୋଲିସ ତଦନ୍ତ ଚଳାଇଥିଲା।