Categories: ଜାତୀୟ

ନିଖୋଜ ପାକ୍‌ ବୁଡ଼ାଜାହାଜର ତଲାସି ନେଇଥିଲା ଭାରତ

ନୂଆଦିଲ୍ଲୀ,୨୪।୬: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଅଧିକାଂଶ ଆଣବିକ ତଥା ପାରମ୍ପରିକ ବୁଡାଜାହାଜ ପାକିସ୍ତାନ ଜଳସୀମାରେ ମୁତୟନ କରିଥିଲା। ଭାରତର ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖି ପାକିସ୍ତାନ ଆଶଙ୍କା କରିଥିଲା ପ୍ରତିଶୋଧ ନେବା ଲାଗି ନୂୂଆଦିଲ୍ଲୀ ନୌସେନାକୁ ବ୍ୟବହାର କରିପାରେ। ବାଲାକୋଟରେ ଥିବା ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀ ଶିବିର ଉପରେ ଭାରତୀୟ ବାୟୁସେନା ଏୟାରଷ୍ଟ୍ରାଇକ୍‌ କରିବା ପରେ ପାକିସ୍ତାନର ଅତ୍ୟାଧୁନିକ ଅଗୋସ୍ତା ଶ୍ରେଣୀର ବୁଡାଜାହାଜ ପିଏନ୍‌ଏସ୍‌ ସାଦ୍‌ ଏହାର ଜଳରାଶିରୁ ଉଭାନ ହୋଇଯାଇଥିଲା। ଏହା ପାକିସ୍ତାନ ନୌସେନାର ଏକ କୌଶଳ ଥିଲା। କରାଚି ନିକଟସ୍ଥ ଯେଉଁ ସ୍ଥାନରୁ ପିଏନ୍‌ଏସ୍‌ ସାଦ୍‌ ଉଭାନ୍‌ ହେଲା ତାହା ଗୁଜରାଟ ଉପକୂଳରେ ପହଞ୍ଚତ୍ବାକୁ ୩ ଦିନ ଓ ମୁମ୍ବାଇରେ ପହଞ୍ଚତ୍ବାକୁ ୫ ଦିନ ଲାଗିଥାନ୍ତା। ଏହା ଭାରତର ସୁରକ୍ଷା ପ୍ରତି ବଡ଼ ବିପଦ ସୃଷ୍ଟି କରିଥାନ୍ତା। ଗାଏବ ହୋଇଥିବା ପାକିସ୍ତାନୀ ବୁଡାଜାହାଜକୁ ଖୋଜିବା ଓ ଧ୍ୱଂସ କରିବା ଲାଗି ଭାରତ ସ୍ବତନ୍ତ୍ର ଯୁଦ୍ଧଜାହାଜ ଓ ଲଢ଼ୁଆ ବିମାନକୁ ନିୟୋଜିତ କରିଥିଲା। ୨୧ ଦିନର ତଲାସି ପରେ ପିଏନ୍‌ଏସ୍‌ ସାଦ୍‌ର ସନ୍ଧାନ ପାଇଥିଲା ଭାରତୀୟ ନୌସେନା।

Share