ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ଚୌଦ୍ୱାର,୨୪ା୧୨(ଡି.ଏନ୍‌.ଏ.)- ଗତ ୭ଦିନ ହେବ ଘରୁ ନିଖୋଜ ଥିବା ଜଣେ ବୃଦ୍ଧଙ୍କ ମୃତଦେହ ସୋମବାର ଉଦ୍ଧାର ହୋଇଛି। ସେ ହେଲେ ଚୌଦ୍ୱାର ଅଞ୍ଚଳର ଓଟିଏମ୍‌ ଦୁର୍ଗା ବଜାରର ମାନ ଗୋବିନ୍ଦ ବଳ(୭୫)। ସୂଚନାଯୋଗ୍ୟ, ଗତ ୧୪ତାରିଖରେ ଘରେ କାହାକୁ କିଛି ନ କହି କେଉଁଆଡେ ଚାଲିଯାଇଥିଲେ। ପରିବାରଲୋକେ ବହୁ ଖୋଜାଖୋଜି କରିବା ପରେ ନିରାଶ ହୋଇ ତାଙ୍କ ପୁଅ ସ୍ନେହାଶିଷ ଚୌଦ୍ୱାର ଥାନାରେ ଅଭିଯୋଗ କରିଥିଲେ। ସୋମବାର ପୌରପାଳିକାର ୧୨ ନମ୍ବର ୱାର୍ଡ଼ ଚନ୍ଦନେଶ୍ୱର ମନ୍ଦିର ପାଖ ଏକ ବିଲରେ ଗୋବିନ୍ଦ ମରିପଡିଥିବା ଦେଖି ସ୍ଥାନୀୟ ଲୋକେ ତାଙ୍କ ଘର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ପହଞ୍ଚତ୍ ମୃତଦେହକୁ ଉଦ୍ଧାର କରି ସକତ୍ାର କରିଥିଲେ।

Share