Advertisement

ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର, ମିଳିନି ପରିଚୟ

ବାହାନଗା,୨୭।୧୦(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଚିତ୍ତଳ ପଞ୍ଚାୟତର ପଟାପୋଲ ନିକଟରେ ମୋଟରସାଇକେଲ ଦୁର୍ଘଟଣା ଘଟି ଶନିବାର ଅପରାହ୍ନରେ ଜଣେ ଯୁବକ ରେବାନଦୀରେ ଖସିପଡ଼ି ନିଖୋଜ ଥିଲେ। ତେବେ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଦ୍ବାରା ରବିବାର ଅପରାହ୍ନରେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଖବର ଲେଖାହେବା ପର୍ଯ୍ୟନ୍ତ ମୃତ ଯୁବକଙ୍କ ପରିଚୟ ମିଳିନାହିଁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel