ନିଖୋଜ ଶିଶୁ ଉଦ୍ଧାର: ୩ ଅଟକ; ୩୦ ହଜାରରେ ହୋଇଥିଲା ବିକ୍ରି

ବ୍ରହ୍ମପୁର,୨୩ା୯-ବ୍ରହ୍ମପୁର ସହରରେ ଜଣେ ଶିଶୁକୁୁ ଅପହରଣ ପରେ ୩୦ ହଜାର ଟଙ୍କାରେ ବିକ୍ରି ହୋଇଥିବା ଚାଞ୍ଚଲ୍ୟକର ଘଟଣା ଦୃଷ୍ଟିକୁ ଆସିଛି। ଗୋଷାଇଁନୂଆଗଁା ପୋଲିସ ପାଟପରୁ ଅଞ୍ଚଳରୁ ଅପହରଣ ହୋଇଥିବା ୨ ବର୍ଷର ଶିଶୁଟିକୁ ଉଦ୍ଧାର କରିଛି। ଏଥିସହ ୨ ଅପହରଣକାରୀ ଓ ଜଣେ କ୍ରେତାଙ୍କୁ ଥାନାରେ ଅଟକ ତଦନ୍ତ କରୁଛି ବୋଲି ଥାନାଧିକାରୀ ସୁମିତ କୁମାର ସୋରେନ୍‌ କହିଛନ୍ତି।
ପ୍ରକାଶ ଯେ, ସ୍ଥାନୀୟ ଗୁଡସ୍‌ସେଡ୍‌ ରୋଡ୍‌ରୁ ଗତ ୨୦ ତାରିଖରେ ୨ ବର୍ଷର ଶିଶୁ ନିଖୋଜ ହୋଇଥିଲା। ପରିବାର ଲୋକେ ଶିଶୁଟିକୁ ନ ପାଇ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ ବେଳେ ଏକ ବିଶ୍ୱସ୍ଥ ସୂତ୍ରରୁ ମିଳିଥିବା ତଥ୍ୟକୁ ଅଧାର କରି ପାଟପୁର ଅଞ୍ଚଳରୁ ଶିଶୁକୁ ରବିବାର ଉଦ୍ଧାର କରିଛି। ଅପହରଣକାରୀଙ୍କୁ ଜେରାବେଳେ ପୋଲିସ ଜାଣିବାକୁ ପାଇଛି ଯେ, ଶିଶୁଟିକୁ ଅପହରଣ ପରେ ପାଟପୁର ଅଞ୍ଚଳରେ ୩୦ ହଜାର ଟଙ୍କାରେ ବିକ୍ରି କରାଯାଇଥିଲା।