Categories: ବାଣିଜ୍ୟ

ନିଗମ ହେବ ରାଏବରେଲୀ କୋଚ୍‌ ଫ୍ୟାକ୍ଟ୍ରି

ଲକ୍ଷ୍ନୌ,୧୭-୭: ରୋଲିଂ ଷ୍ଟକର ୮ ଉତ୍ପାଦନ ୟୁନିଟକୁ ରେଲ୍‌ଓ୍ବେ ନିଗମୀକରଣ କରିବାକୁ ଯୋଜନା ରଖିଛି। ଏହା ରାଏବରେଲୀସ୍ଥିତ ମଡର୍ନ କୋଚ୍‌ ଫ୍ୟାକ୍ଟ୍ରି(ଏମ୍‌ସିଏଫ୍‌)ଠାରୁ ଆରମ୍ଭ ହେବ। ୧୦ ଦିନ ମଧ୍ୟରେ ଏ ନେଇ ଏକ ପ୍ରସ୍ତାବ ଦେବାକୁ ରେଳ ମନ୍ତ୍ରଣାଳୟ ଅଧିନରେ କାର୍ଯ୍ୟ କରୁଥିବା କନସଲଟାନ୍ସି ପ୍ରତିଷ୍ଠାନ ରାଇଟ୍‌ସକୁ କୁହାଯାଇଛି। ବିଭିନ୍ନ ଆନୁଷଙ୍ଗିକ ପ୍ରସଙ୍ଗ ଉପରେ ବିଚାର କରିବା ପରେ ଏହା ସରକାରଙ୍କୁ ରିପୋର୍ଟ ଦେବ। ୪୫ ଦିନ ମଧ୍ୟରେ ଅଧ୍ୟୟନ ରିପୋର୍ଟ ଏବଂ ଆଗାମୀ ୨ ମାସ ମଧ୍ୟରେ ଅନ୍ୟ ୭ ୟୁନିଟର ସମାନ ପ୍ରକାର ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି।

Share