Categories: ଜାତୀୟ

ନିଜକୁ କଳ୍‌କି ଭଗବାନ କହୁଥିବା ବିଜୟଙ୍କ ଆଶ୍ରମରେ ଚଢ଼ାଉ: ୫ଶହ କୋଟି ଟଙ୍କା ଜବତ

ଚେନ୍ନାଇ,୨୨।୧୦: ନିଜକୁ ବିଷ୍ଣୁଙ୍କ ଅବତାର କହି କଳକି ଭଗବାନ ନାଁରେ ବେଶ୍‌ ପରିଚିତ ଥିବା ୭୦ ବର୍ଷୀୟ ବିଜୟ କୁମାରଙ୍କ ଭିନ୍ନ ଭିନ୍ନ ଆଶ୍ରମରେ ଆୟକର ବିଭାଗ ଚଢ଼ାଉ କରିଛି। ଏହି ଚଢ଼ାଉରେ ପ୍ରାୟ ୫୦୦କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ଆଶ୍ରମରୁ ଭାରତୀୟ ଟଙ୍କା ଅନୁସାରେ ୪୪କୋଟି ଟଙ୍କା ମିଳିଥିବା ବେଳେ ୨୫ଲକ୍ଷ ଆମେରିକା ଡଲାର ଓ ୮୮କିଲୋଗ୍ରାମର ସୁନା ଓ ୧୨୭୧ କ୍ୟାରେଟ୍‌ର ହୀରା ଜବତ କରିଛି ଟିମ୍‌। ସୁନା ଅଳଙ୍କାରର ଆନୁମାନିକ ମୂଲ୍ୟ ପ୍ରାୟ ୨୬କୋଟି ଟଙ୍କା ଓ ହୀରା ପ୍ରାୟ ୫କୋଟି ଟଙ୍କା ହେବ ବୋଲି ସୂଚନା ମିଳିଛି। କଳ୍‌କି ମହାରାଜଙ୍କ ସାମ୍ରାଜ୍ୟ ଆନ୍ଧ୍ର ପଦେଶ, କର୍ନାଟକ, ଓ ତାମିଲନାଡୁଠାରୁ ଆରମ୍ଭ କରି ବିଦେଶ ପର୍ଯ୍ୟନ୍ତ ଏହାର ଚେର ଲମ୍ବିଛି। ତେବେ ୩ଟି ରାଜ୍ୟରେ କଳ୍‌କି ମହାରାଜଙ୍କ ପ୍ରାୟ ୪୦ଟି ସ୍ଥାନରେ ଆୟକର ବିଭାଗର ୩୦୦ ଅଧିକାରୀ ଚଢ଼ାଉ କରିଥିବା ଜଣାପଡ଼ିଛି।

Share