ନିଜକୁ ଖବରଦାତା କହି ଠକୁଥିବା ବ୍ୟକ୍ତି ଗିରଫ

ବଡ଼ଗାଁ,୮।୪ (ଡି.ଏନ.ଏ.): ସୁନ୍ଦରଗଡ଼ ଜ଼ିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ବରଙ୍ଗକଛାର ଗାଁରେ ନିଜକୁ ଖବରଦାତା ବୋଲି ପରିଚୟ ଦେଇ ଲୋକଙ୍କୁ ଠକୁଥିବାବେଳେ ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି। ସେ ହେଲେ ସୁନ୍ଦରଗଡ଼ର ସୀତାରାମ ବେହେରା। ସେ ଚାକିରି କରାଇ ଦେବାକୁ କହି ଲୋକଙ୍କୁ ଠକୁଥିବାବେଳେ ଗ୍ରାମବାସୀ ଅଟକାଇ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ ତାଙ୍କୁ ଗିରଫ କରିଛି। ଏ ନେଇ ଥାନାରେ ଆଇପିସିର ଦଫା ୪୧୯/୪୨୦ରେ ଏକ ମାମଲା ( ୩୯) ରୁଜୁ ହୋଇଛି।