ନିଜକୁ ଘରେ ବନ୍ଦକରି ଫଟୋ ଶେୟାର କଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବେ କରୋନା ଭାଇରସକୁ ନେଇ ବେଶ୍‌ ସଚେତନ ଥିବା ଦେଖାଯାଇଛି। ନିକଟରେ ସେ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିବା ପରେ ଏବେ ଏହା ଭାଇରାଲ ହେବାରେ ଲାଗିଛି। ଉକ୍ତ ଫଟୋରେ ପ୍ରିୟଙ୍କା ତାଙ୍କ ପୋଷା କୁକୁର ସହ ଖେଳୁଥିବା ଦେଖାଯାଇଛି। ଏହି ଫଟୋ ଶେୟାର କରି ପ୍ରିୟଙ୍କା ଲେଖିଛନ୍ତି ଏବେ ସେ ଘରେ ରହିବାକୁ ସୁରକ୍ଷିତ ମଣିଛନ୍ତି। କରୋନା ଭାଇରସ ଏବେ ସାରା ବିଶ୍ୱରେ କାୟା ବିସ୍ତାର କରିଥିବା ବେଳେ ଆବଶ୍ୟକ ନ ଥିଲେ ବାହାରକୁ ନ ବାହାରିବାକୁ କୁହାଯାଉଛି। କାରଣ ଅଧିକ ଲୋକଙ୍କ ସଂସ୍ପର୍ଶରେ ଆସିଲେ ଏହା ବ୍ୟାପିବାର ସମ୍ଭାବନା ଅଧିକ ଥିବାରୁ ଏହାକୁ ବାରଣ କରାଯାଇଛି। ଏବେ ପ୍ରିୟଙ୍କାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହା ପୂର୍ବରୁ ମଧ୍ୟ କରୋନାଠାରୁ ଦୂରେଇ ରହିବାକୁ ଯାଇ ପ୍ରିୟଙ୍କା ନମସ୍କାର ମାଧ୍ୟମରେ ଏକ ବାର୍ତ୍ତା ଦେଇଥିଲେ। ଯାହା ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଅନେକ ଏହାକୁ ପସନ୍ଦ କରିଥିଲେ। ଏଥିରେ ସେ କହିଥିଲେ ନମସ୍କାର ପୁରୁଣା ପରମ୍ପରା ହୋଇଥାଇ ପାରେ ହେଲେ ବର୍ତ୍ତମାନ ସମୟରେ ଏହା ଜରୁରୀ ଓ ସୁରକ୍ଷିତ।

Share